ମହେଶ୍ବର ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ।

ରଘୁନାଥପୁର ୧୦/୧— ରଘୁନାଥପୁର ବ୍ଲକ ଗୁଆଳିପୁର ଠାରେ ଥିବା ମହେଶ୍ୱର ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଗତ ଶନିବାର ଦିନ ପ୍ରଧାନ ଶିକ୍ଷକ ପ୍ରତାପ କୁମାର ଜେନାଙ୍କ ପୌରହିତ୍ୟରେ ଉଦଯାପିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସ୍କୁଲର ପଞ୍ଚସଖା ସେତୁର ସଭାପତି ଅଲେଖ ବିହାରୀ ସାହୁ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସମାଜସେବୀ ତଥା ସ୍କୁଲ ପ୍ରତିଷ୍ଠାତାଙ୍କ ସୁପୁତ୍ର ଜ୍ଞାନରଞ୍ଜନ ପଟ୍ଟନାୟକ, ପଞ୍ଚସଖା ସେତୁ ସଭ୍ୟ ଇଲାବନ୍ତ ନାୟକ, ଏସଏମସି କମିଟି ସଭାନେତ୍ରୀ ସୀମା ସ୍ବାଇଁ ,ପୂର୍ବତନ କ୍ରୀଡ଼ା ଶିକ୍ଷକ ତଥା ଏନ ସି ସି ଅଫିସର ରାଜ କିଶୋର ସାହୁ ପ୍ରମୁଖ ଯୋଗ ଦେଇ କ୍ରୀଡା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ମୋନାଲିସା ପାଢ଼ୀ ସଭା ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ସରିତା ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ।ବିଦ୍ୟାଳୟର କ୍ରୀଡା ଶିକ୍ଷକ ଭେନୁଗୋପାଳ ମିଶ୍ର ବିଦ୍ୟାଳୟର ବିବରଣୀ ପାଠ କରିଥିଲେ।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସୀମା କାନୁନଗୋ, ଅମିଶା ସ୍ୱାଇଁ, ଲିପା ଚୌଧୁରୀ, ଅମୁଲ୍ୟ ନାୟକ ଦେବଯାନୀ ମହାପାତ୍ର, ଗୀତା ରାଉତ, ଭାରତୀ ନାୟକ,ରାଜଲକ୍ଷ୍ମୀ ପାତ୍ର ପରେଶ କୁମାର ମହାପାତ୍ର, ଜ୍ଞାନରଞ୍ଜନ ଖଟୁଆ, ଗାୟତ୍ରୀ ମହାରଣା ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ, ଏହି କ୍ରୀଡ଼ା ଉତ୍ସବ ଗତ ତିନି ଦିନ ଧରି ଚାଲିଥିଲା ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ପ୍ରତାପ କୁମାର ଜେନା ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *