ପୁରୀ ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ପୁରୀ ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ। ପୁରୀ ଇନ୍ଦିରା ଭବନ ଠାରେ ଜିଲ୍ଲା କଂଗ୍ରେସ ସଭାପତି ରାଜେଶ ମିଶ୍ର, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ବିଭିନ୍ନ ପ୍ରସଙ୍ଗକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। କଂଗ୍ରେସ ଅଭିଯୋଗ କରିଛି ମନରେଗା ଆଇନର ହତ୍ୟା କରାଯାଇଛି। ଶ୍ରମିକମାନଙ୍କୁ କାମ ଦେବା ବଦଳରେ ସେମାନଙ୍କ କାମ ମାଗିବା ଅଧିକାରୀ କେନ୍ଦ୍ର ସରକାର ଛଡାଇ ନେଇଛନ୍ତି। ସେହିପରି ଘରୋଇ ଉପଭୋକ୍ତା ଙ୍କୁ ୩୦୦ ୟୁନିଟ ମାଗଣା ବିଜୁଳି ସହିତ କୃଷି ପାଇଁ ସମ୍ପୂର୍ଣ୍ଣ ମାଗଣା ବିଜୁଳି ଦେବାକୁ କଂଗ୍ରେସ ଦାବି କରିଛି। ତୁରନ୍ତ ଅତିରିକ୍ତ ସିକ୍ୟୁରିଟି ଡିପୋଜିଟ୍ କୁ ମଧ୍ୟ ପ୍ରତ୍ୟାହାର କରିବା ପାଇଁ ଦାବି ହୋଇଛି। ଏଥିସହ ସ୍ମାର୍ଟ ମିଟରର ବିଶ୍ୱସନୀୟତା ପ୍ରମାଣିତ ହେବା ଯାଏଁ କାର୍ଯ୍ୟ କାରୀ ବନ୍ଦ କରିବା ପାଇଁ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *