ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା
କୋଣାର୍କ – ସଡକ ସୁରକ୍ଷା ସପ୍ତାହ ଅବସରରେ କୋଣାର୍କ ପୋଲିସ ପକ୍ଷରୁ ପର୍ଯଟନସ୍ଥଳୀ କୋଣାର୍କରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କୋଣାର୍କ ବସଷ୍ଟାଣ୍ଡ ନିକଟରୁ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ସାମିଲ ହୋଇ ସଚେତନତା ଶୋଭାଯାତ୍ରାରେ ବାହାରି ସଡ଼କ ସୁରକ୍ଷା ସଚେତନତା ର ସ୍ଲୋଗାନ ମାନ ଦେଇ ବଜାର ପରିକ୍ରମା କରିବା ସହ ରିଙ୍ଗ ରୋଡ ଠାରେ ବାଇକ୍ ଆରୋହି ମାନଙ୍କୁ ଅଟକାଇ ଯେଉଁ ମାନେ ହେଲେମେଟ୍ ପିନ୍ଧିନଥିଲେ ସେମାନଙ୍କୁ ହେଲମେଟ୍ ବ୍ୟବହାର କରିବା ପାଇଁ ନିବେଦନ କରିଥିଲେ।

ଯେଉଁ ମାନେ ହେଲମେଟ୍ ପିନ୍ଧିଥିଲେ ସେମାନଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ ଜଣାଇ ସଚେତନତା କରାଇଥିଲେ । ଏହି କାର୍ଯ୍ୟକ୍ରମରେ କୋଣାର୍କ ଭାରପ୍ରାପ୍ତ ଅଧିକାରୀ ପୁର୍ଣ୍ଣଚନ୍ଦ୍ର ସେଠି, ଏସ ଆଇ କେଦାର ଚନ୍ଦ୍ର ଡୋରା, ଆର୍ତ୍ତତ୍ରାଣ କାର୍ତିକେଶ୍ୱର ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାମକୃଷ୍ଣ ମାହାନ୍ତି ପ୍ରମୁଖ ରହି ସମସ୍ତଙ୍କୁ ସଚେତନତା କରାଇଥିଲେ । ଏହି କାର୍ଯ୍ୟକ୍ରମକୁ କୋଣାର୍କ ଥାନାର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ।
