ପତିତପାବନ ବିଦ୍ୟାଳୟ ସମୂହ, ଆମ୍ବେରୀ ର ୩୨ ତମ ବାର୍ଷିକ କ୍ରୀଡା ଉଦଯାପିତ
ତିର୍ତ୍ତୋଲ :ଏହି ବ୍ଲକ ଅନ୍ତର୍ଗତ ଆମ୍ବେରୀ ପଞ୍ଚାୟତ ସ୍ଥିତ ପତିତପାବନ ଉଚ୍ଚ ବିଦ୍ୟାଳୟ ଓ ପତିତପାବନ ଉ.ପ୍ରା ବିଦ୍ୟାଳୟ, ଆମ୍ବେରୀ,ଏରଗାରୀ, ଭରାଗୋଳ ଠରେ ୩୨ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇ ଯାଇଛି | ଏହି ଉଦଯାପନୀ ଦିବସରେ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶଶାଙ୍କ ବାରିକ ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ମୁଖ୍ୟଅତିଥିଭାବେ ତିର୍ତ୍ତୋଲ ଥାନା ର ଭାରପ୍ରାପ୍ତ ଆରକ୍ଷୀ ଅଧିକାରୀ ପ୍ରଦୀପ୍ତ କୁମାର ସେଠି ଯୋଗ ଦେଇ ଛାତ୍ର ଜୀବନରେ ଖେଳ କସରତ ଛାତ୍ରଛାତ୍ରୀ ମାନଙ୍କୁ କଠିନ ଅଧ୍ୟବ୍ୟବସାୟୀ ପାଇଁ କରେ ବୋଲି ମତ ରଖିଥିଲେ | ଆମ୍ବେରୀ ଗ୍ରାମପଞ୍ଚାୟତ ର ପୂର୍ବତନ ସରପଞ୍ଚ ବିକ୍ରମ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ ଏହି କ୍ରୀଡା ଉତ୍ସବ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବନ୍ଧୁତ୍ୱର ଭାବ ଜାଗ୍ରତ କରି ସହଯୋଗୀତା ତଥା ସହଭାଗିତା ଗୁଣ ବୃଦ୍ଧି କରିଥାଏ ଏବଂ ପାଠପଢା ସହିତ ଖେଳକସରତ ଛାତ୍ରଛାତ୍ରୀ ମାନଙ୍କର ବୌଦ୍ଧିକ ଓ ଶାରୀରିକ ବିକାଶ ଘଟାଇଥାଏ ବୋଲି କହିଥିଲେ |

ପତିତପାବନ ଉଚ୍ଚ ବିଦ୍ୟାଳୟ ର କ୍ରୀଡ଼ାଶ୍ରୀ ବିମଳ ବିହାରୀ ବାରିକଙ୍କ ତତ୍ତ୍ୱବଧାନରେ ବରିଷ୍ଠ, କନିଷ୍ଠ ଏବଂ ସର୍ବ କନିଷ୍ଠ ବିଭାଗରେ ୧୦୦ ମିଟର,୨୦୦ମିଟର ଦୌଡ, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ସଟଫୁଟ, ଡ଼ିସକସ ଫିଙ୍ଗା, ଗଣିତ ଦୌଡ, ଦଉଡି ଡିଆଁ, ପୁଚି, ମ୍ୟୁଜିକ ଚେୟାର ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି | ଚଳିତବର୍ଷ ବରଦା ପ୍ରସନ୍ନ ବାରିକ ଓ ପ୍ରିୟଙ୍କା ସାହୁ ଙ୍କୁ ବରିଷ୍ଠ ବିଭାଗ, ଶୁଭମ ମଲ୍ଲିକ ଏବଂ ପ୍ରିୟଦର୍ଶିନୀ ମହାନ୍ତି ଙ୍କୁ କନିଷ୍ଠ ବିଭାଗର ଚମ୍ପିଆନଙ୍କୁ ମୁଖ୍ୟ ଅତିଥି ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ | ମଧ୍ୟାନ୍ତରରେ ନବମ ଦଶମ ଏବଂ ସପ୍ତମ ଅଷ୍ଟମ ଶ୍ରେଣୀ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ମାନସ କୁମାର ସୂତାର ଏବଂ କ୍ରୀଡ଼ାଶ୍ରୀ ଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଥିଲା | ଉଭୟ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ କର୍ମଚାରୀ କ୍ରୀଡା ଉତ୍ସବ ପରିଚାଳନା ରେ ପୂର୍ଣ୍ଣ ସହଯୋଗ କରିଥିଲେ | ପତିତପାବନ ଉ.ପ୍ରା ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଜିତେନ୍ଦ୍ର କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ |
