ଜାତୀୟ ମାନବାଧିକାର ସଂଗଠନ ଜିଲ୍ଲା ଶାଖା ପକ୍ଷରୁ ସମ୍ମିଳନୀ
Date-12/01/26*ଜଗତସିଂହପୁର ଜିଲା ରଘୁନାଥପୁର ଓଡପଡା ପ୍ରମିଳା ମଣ୍ଡପରେ ନ୍ୟାସନାଲ ହ୍ୟୁମାନ ରାଇଟସ ସଂଗଠନ ପକ୍ଷରୁ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଭଗବାନ ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ରାଜ୍ୟ ଚେୟାରମ୍ୟାନ ଡକ୍ଟର ସ୍ବର୍ଣ୍ଣମୟୀ ରାଉତ, ସମ୍ମାନନୀୟ ଅତିଥି ଭାବେ ରାଜ୍ୟ ସଭାପତି ବାସୁଦେବ ସେଠୀ, ଜିଲା ସଭାପତି ସାମ୍ବାଦିକ ଚନ୍ଦ୍ରକାନ୍ତ ଦାସ, ବରିଷ୍ଠ ରାଜନେତା ତଥା ଆଇନଜୀବୀ ଅନ୍ତର୍ଯ୍ୟାମୀ ବଜ୍ର ଯୋଗଦେଇ ଲୋକମାନଙ୍କର ମୌଳିକ ଅଧିକାର କିଭଳି କ୍ଷୁଣ୍ଣ ନ ହେବା ପାଇଁ ସଂଗଠନ ତତ୍ପର ରହିବା ସହିତ ଜଗସିଂହପୁର ଜିଲ୍ଲାରେ ସଂଗଠନ ପକ୍ଷରୁ କାର୍ଯ୍ୟଧାରା ଜାରି ରହିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ଅନ୍ୟତମ ସମ୍ମାନୀୟ ଅତିଥିଭାବେ ଖୋର୍ଦ୍ଧା ଜିଲା ସଭାପତିଦୀନବନ୍ଧୁ ନାୟକ, ସଂପାଦକ ସମନ କଲ୍ୟାଣ ମହାନ୍ତି ଓ ଜିଲ୍ଲାର ବିଭିନ୍ନ ବ୍ଲକର କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ଯୋଗ ଦେଇଥିଲେ । ମୁଖ୍ୟଅତିଥି ସମସ୍ତ କାର୍ଯ୍ୟକର୍ତାଙ୍କୁ ପୁଷ୍ପଗୁଛ ଓ ଉତରୀୟ ଦେଇ ସମ୍ବଦ୍ଧିତ କରିଥିଲେ ।
