କାକଟପୁର ବ୍ଲକରେ ଜନ ଅଭିଯୋଗ ଶୁଣାଣୀ ଶିବିର

କାକଟପୁର- ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କାକଟପୁର ବ୍ଲକ ସମ୍ମିଳନୀ କକ୍ଷରେ ଜନ ଅଭିଯୋଗ ଶୁଣାଣୀ ଶିବିର ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା, ଉପ ଜିଲ୍ଲାପାଳ ରାଜକିଶୋର ଜେନା, ପୁରୀ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ନିମାପଡ଼ା ଏସଡିପିଓ ଜନାର୍ଦ୍ଦନ ପାଢ଼ୀ, ତହସିଲଦାର ଅଙ୍କିତା ଆନନ୍ଦିତା, କାକଟପୁର ବିଡିଓ ନାରାୟଣ ଦିକ୍ଷୀତ, ଅଧକ୍ଷ ଶ୍ରୀଧର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ୧୧୩ ଜଣ ଅଭିଯୋଗକାରୀ ଅଭିଯୋଗ ଆଣି ଶୁଣାଣିରେ ଯୋଗ ଦେଇଥିଲେ।

୧୧ ଟି ତୁରନ୍ତ ଫଇସଲା ହୋଇଥିବା ବେଳେ ଅନ୍ୟ ଗୁଡ଼ିକ ତଦନ୍ତ ପାଇଁ ବିଭାଗୀୟ ଅଧିକାରୀଙ୍କ ନିକଟକୁ ପଠା ଯାଇଛି। ଏହି ଜନ ଅଭିଯୋଗ ଶୁଣାଣୀ ଶିବିରରେ ସ୍ବାସ୍ଥ୍ୟ ଅଧିକାରୀ, ଶିକ୍ଷା ଅଧିକାରୀ, ପାନୀୟ ଜଳ ଯୋଗାଣ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ, ଜଳ ସେଚନ ବିଭାଗ, ମଙ୍ଗଳ ଅଧିକାରୀ, ସାମାଜିକ ସୁରକ୍ଷା ଅଧିକାରୀ, ସମନ୍ୱିତ ଶିଶୁ ଓ ମାତୃ ମଙ୍ଗଳ ଅଧିକାରୀ, ଯୋଗାଣ ବିଭାଗ, କୃଷି ଓ ଉଦ୍ୟାନ କୃଷି ଅଧିକାରୀ, ପୋଲିସ୍, ଅବକାରୀ, ବନ ବିଭାଗ ଅଧିକାରୀ, ପରିବହନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *