ଆରମ୍ଭ ୟୁଥ୍ କଲ୍ଚରାଲ ଫାଉଣ୍ଡେସନ ଦ୍ବାରା ଆୟୋଜିତ ୭ମ ଆରମ୍ଭ ମହୋତ୍ସବ
ପୁରୀ, ତା – 11/1 ଆରମ୍ଭ ୟୁଥ୍ କଲ୍ଚରାଲ ଫାଉଣ୍ଡେସନ ଦ୍ବାରା ଆୟୋଜିତ ୭ମ ଆରମ୍ଭ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି I ପୌରସଦନ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିଲେ ଅନୁଷ୍ଠାନର ସଭାପତି ପ୍ରଦୀପ୍ତ କୁମାର ମିଶ୍ର I ମୁଖ୍ୟ ଅତିଥି ଭାବେ ସାଂସଦ ସମ୍ବିତ୍ ପାତ୍ର ଯୋଗ ଦେଇଥିଲେ I ସମ୍ମାନୀତ ଅତିଥି ଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବରିଷ୍ଠ ସେବାୟତ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ସମାଜସେବୀ ଇଂ.ସୂର୍ଯ୍ଯ ରଥ , ସେବାୟତ ଗଣେଶ ପ୍ରସାଦ ମହାପାତ୍ର,ଅଧିବକ୍ତା ଦୀପକ କୁମାର ପଣ୍ଡା,ସମାଜସେବୀ ଅର୍ପିତା ଦାସ,ଅନୁଷ୍ଠାନର ଉପଦେଷ୍ଟା ଭରତ କୁମାର ନାୟକ,ସଂସ୍କୃତି ସଂଚାଳକ ଶ୍ୟାମ ପ୍ରକାଶ ସେନାପତି ଏବଂ ସମାଜସେବୀ ରୁଚିମିତ୍ରା ଜଗଦ୍ଦେବ ପ୍ରମୁଖ ମଞ୍ଚାସୀନ ଥିଲେ l ଏହି ଅବସରରେ ବେତାର କଣ୍ଠଶିଳ୍ପୀ ଉର୍ମିଳା ପ୍ରଧାନ ଙ୍କୁ ‘ଆରମ୍ଭ ସଂସ୍କୃତି ସମ୍ମାନ’ ଓ ସୁଶ୍ରୀ ନୀହାରିକା ତ୍ରିପାଠୀ ଙ୍କୁ ‘ଆରମ୍ଭ ସମାଜସେବୀ ସମ୍ମାନ’ ଏବଂ କ୍ଷୀରାବ୍ଧି ପଟ୍ଟନାୟକ ଙ୍କୁ ‘ଶିକ୍ଷା ଗୌରବ ସମ୍ମାନ’ ରେ ସମ୍ବର୍ଦ୍ଧିତ କରାଯାଇଥିଲା । ନାରୀ ଓ ମାତୃଶକ୍ତି ମାନଙ୍କ ମଧ୍ୟରେ ଅନ୍ତର୍ନିହିତ ପ୍ରତିଭାକୁ ନେଇ ଅନୁଷ୍ଠିତ ପ୍ରତିଯୋଗିତାରେ

‘ଶ୍ରୀକ୍ଷେତ୍ର ଲକ୍ଷ୍ମୀ ସମ୍ମାନ’ ଶ୍ରୀମତୀ ସସ୍ମିତା ସ୍ୱାଇଁ 1st ରନର, ଅର୍ଚ୍ଚନା ପଣ୍ଡା 2st ରନର, ଓ ରିତାଞ୍ଜଳୀ ସାହୁ 1st ପୁରସ୍କାର ପ୍ରଦାନ କରାଯାଇଥିଲା I ବଲିଉଡ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା ଚିତ୍ତାକର୍ଷକ ସଙ୍ଗୀତ ପରିବେଷଣ କରିଥିଲେ । EZCC ପକ୍ଷରୁ କୋଲକାତାର ଶ୍ରୀଜନୀ ଡ୍ୟାନ୍ସ ଗ୍ରୁପ, ପୁରୀର ଝାଡେଶ୍ବରୀ ନୃତ୍ୟ ଦଳ ଓ ଏଲ୍ ସାଇନ୍ ଗ୍ରୁପ ର କଳାକାର ମାନେ ନୃତ୍ୟ ଓ ସଙ୍ଗୀତ ବିଚିତ୍ରା ପରିବେଷଣ କରିଥିଲେ I କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସାଧାରଣ ସମ୍ପାଦକ ଦେବାଶିଷ ସିଂ, କାର୍ଯ୍ୟକାରୀ ସଭାପତି ନିଶାନ୍ତ ସାହୁ,ଉପସଭାପତି ସମୀର ଶତପଥୀ ଓ ସୌମ୍ୟରଞ୍ଜନ ମିଶ୍ର , ଆଶୁତୋଷ ପଟ୍ଟନାୟକ, ସୁଜିତ୍ କୁମାର ରାଉତ , ପ୍ରଣୟ ରଣସିଂହ ଙ୍କ ସମେତ ଅନୁଷ୍ଠାନ ର ସଭ୍ୟ /ସଭ୍ୟା ଙ୍କ ଉପସ୍ଥିତିରେ ଶୃଙ୍ଖଳା ର ସହିତ ପ୍ରତ୍ୟେକ କାର୍ଯ୍ୟକ୍ରମ ଶୀତୁଆ ସନ୍ଧ୍ୟାରେ ବେଶ୍ ଉପଭୋଗ୍ୟ ଥିଲା Iଉଦ୍ଘୋଷକ ପୀୟୁଷ ପଟ୍ଟନାୟକ ମଂଚ ସଞ୍ଚାଳନ କରିଥିଲେ I
