ବ୍ଲକ ପ୍ରଶାସନର ପ୍ରତିଶ୍ରୁତି ପରେ ଧାରଣା ସ୍ଥଗିତ: ମାର୍ଚ୍ଚ ୩୧ ସୁଦ୍ଧା କାର୍ଯ୍ୟକ୍ଷମ ହେବ ମିଶନ ଶକ୍ତି ଗୃହ

କାକଟପୁର-୧୨/୧ବ୍ଲକରେ ଚାଲିଥିବା ବିଭିନ୍ନ ଅନିୟମିତତା ଓ ଦାବିକୁ ନେଇ ଗତ ୩ ଦିନ ଧରି ଚାଲିଥିବା ଧାରଣା ପ୍ରଶାସନର ପ୍ରତିଶ୍ରୁତି ପରେ ଶେଷ ହୋଇଛି। ଆଜି ବ୍ଲକ କାର୍ଯ୍ୟାଳୟ ପରିସରରେ ଜନଶୁଣାଣୀ ଚାଲିଥିବା ସମୟରେ, ଅତିରିକ୍ତ ଜିଲ୍ଲାପାଳ (ADM) ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପାଇଁ ବିଡ଼ିଓଙ୍କ ଜରିଆରେ ଡକାଇ ପଠାଇଥିଲେ।ଆଲୋଚନାର ମୁଖ୍ୟ ବିଷୟବସ୍ତୁ:ଆଲୋଚନା ସମୟରେ ଆନ୍ଦୋଳନକାରୀମାନେ ପ୍ରଥମେ “ପିସି (PC) ମୁକ୍ତ ବ୍ଲକ” ପାଇଁ ଦୃଢ଼ ଦାବି ରଖିଥିଲେ। ମାତ୍ର ପ୍ରଶାସନିକ ଅଧିକାରୀମାନେ ଏହି ବିଷୟକୁ ଏଡ଼ାଇ ଯିବାକୁ ଚେଷ୍ଟା କରିବାରୁ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା ଓ ଆନ୍ଦୋଳନକାରୀମାନେ ଆଲୋଚନା ଅଧାରୁ ଛାଡ଼ି ଚାଲିଆସିଥିଲେ। ପରବର୍ତ୍ତୀ ସମୟରେ ବିଡ଼ିଓ ନିଜେ ଆସି ଅନୁରୋଧ କରିବା ସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା।ମିଳିଥିବା ପ୍ରତିଶ୍ରୁତି ଗୁଡ଼ିକ:କାର୍ଯ୍ୟକ୍ଷମ ହେବ ଗୃହ: ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବ୍ଲକର କାଫେ ଓ ମିଶନ ଶକ୍ତି ଗୃହକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରାଯିବ।ରାସନ ସାମଗ୍ରୀର ମାନ: ଫେବ୍ରୁଆରୀ ମାସ ପୂର୍ବରୁ THR ଓ MSPY ରାସନ ସଠିକ ଓଜନ ଓ ଗୁଣବତ୍ତା ଅନୁଯାୟୀ ବଣ୍ଟନ କରାଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।କାର୍ଯ୍ୟାଳୟ ସ୍ଥାନାନ୍ତର: ଉଦ୍ୟାନ କୃଷି କାର୍ଯ୍ୟାଳୟକୁ ପୁଣି ଥରେ ପଞ୍ଚାୟତ ସମିତି ପରିସରକୁ ଫେରାଇ ଆଣିବା ପାଇଁ ବିଡ଼ିଓ ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖିବେ ବୋଲି କହିଛନ୍ତି।ଲୋକପ୍ରତିନିଧିଙ୍କୁ ସମ୍ମାନ: ବ୍ଲକର ବିଭିନ୍ନ କାର୍ଯ୍ୟରେ ନିର୍ବାଚିତ ପ୍ରତିନିଧି ଓ ଗ୍ରାମସଭାର ନିଷ୍ପତ୍ତିକୁ ପ୍ରଶାସନିକ ସ୍ତରରେ ଉପଯୁକ୍ତ ସମ୍ମାନ ଦିଆଯିବ।ଧାରଣାକାରୀମାନେ ପିସି କାରବାର ବନ୍ଦ କରିବା କିମ୍ବା ଏଥିରେ ହ୍ରାସ କରିବା ପାଇଁ ମଧ୍ୟ ପ୍ରସ୍ତାବ ରଖିଛନ୍ତି। ଦୀର୍ଘ ୩ ଦିନର ଏହି ଆନ୍ଦୋଳନ ଶେଷରେ ସଫଳ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି।

Leave a Reply

Your email address will not be published. Required fields are marked *