ରାଷ୍ଟ୍ରଗାନ ବନ୍ଦେ ମାତରଂ ର ୧୫୦ ତମ ବାର୍ଷିକ ପୂର୍ତ୍ତି ଅବସରରେ ବ୍ଲକ ସ୍ତରୀୟ ସମୂହ ଗାନ

ଆଠମଲ୍ଲିକ:- ଆଠମଲ୍ଲିକ ବ୍ଳକ ଅନ୍ତର୍ଗତ ଠାକୁରଗଡ ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ ଯୁବ ଦିବସ ରେ ରାଷ୍ଟ୍ରଗାନ ‘ବନ୍ଦେ ମାତରଂ’ର ୧୫୦ ତମ ବାର୍ଷିକ ପୂର୍ତ୍ତି ଅବସରରେ ବ୍ଲକ ସ୍ତରୀୟ ସମୂହ ଗାନ କାର୍ଯ୍ୟକ୍ରମ ଦେଶ ଭକ୍ତି ମୟ ପରିବେଶରେ ଅନୁଷ୍ଠିତ ହୋଇଛି !ଏହି ଅବସରରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଶ୍ରୀ ପ୍ରସନ୍ନ ଟେଟେ, ସମ୍ମାନିତ ଅତିଥି ଭାବେ ବ୍ଲକ ଶିକ୍ଷା ସେବା ଅଧିକାରୀ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନିକୁଞ୍ଜ ରଞ୍ଜନ ଦାସ ଓ ଜି.ପି.ଡି.ଓ. ଶ୍ରୀ ନରେନ୍ଦ୍ର ମେହେର ଉପସ୍ଥିତ ରହିଥିଲେ !

କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନେ ରାଷ୍ଟ୍ରଗାନ ‘ବନ୍ଦେ ମାତରଂ’ର ଐତିହାସିକ ଗୁରୁତ୍ୱ ଓ ସ୍ୱାଧୀନତା ଆନ୍ଦୋଳନରେ ଏହାର ଭୂମିକା ସମ୍ପର୍କରେ ଆଲୋକପାତ କରି ଦେଶପ୍ରେମ ଓ ଜାତୀୟ ଚେତନାକୁ ଦୃଢ଼ କରିବାକୁ ଆହ୍ୱାନ ଦେଇଥିଲେ !ସମୂହ ଗାନ ସମୟରେ ସମଗ୍ର ପରିବେଶ ଦେଶଭକ୍ତିର ଉତ୍ସାହରେ ମୁହୁର୍ମୁହୁର୍ ଉତ୍ତାପିତ ହୋଇଉଠିଥିଲା ! ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ନବପିଢ଼ୀ ମଧ୍ୟରେ ଦେଶପ୍ରେମ ଓ ଜାତୀୟ ଚେତନା ବୃଦ୍ଧି ପାଉଥିବା ମତ ପ୍ରକାଶ ପାଇଛି !ଅନୁଷ୍ଠାନ ଶେଷରେ ଆୟୋଜକମାନେ ସମସ୍ତ ଅଂଶଗ୍ରହଣକାରୀ ଓ ସହଯୋଗୀ ସଂସ୍ଥାଙ୍କୁ ଧନ୍ୟବାଦ ଜଣାଇଥିଲେ!

Leave a Reply

Your email address will not be published. Required fields are marked *