କିସ୍ କଳାହାଣ୍ଡି ପରିସରରେ “ଜାତୀୟ ଯୁବ ଦିବସ ” ପାଳିତ l
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ବାଦିଲି ଠାରେ ଥିବା କିସ୍ ଆବାସିକ ବିଦ୍ୟାଳୟରେ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ କଳାହାଣ୍ଡି ତରଫରୁ “ଜାତିୟ ଯୁବ ଦିବସ ” ପାଳିତ ହୋଇଯାଇଛି। ପ୍ରାରମ୍ଭରେ ଜାତିୟ ଯୁବ ଦିବସ ଉପଲକ୍ଷେ ଏକ ରାଲି ଆୟୋଜନ କରାଯାଇ ଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମାନ୍ୟବର ବିଚାରପତି ସୁଶ୍ରୀ ସ୍ନିଗ୍ଧା ପଣ୍ଡା ଶିଶୁ ସୁରକ୍ଷା ଏବଂ ଯତ୍ନ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଡି.ଏଲ୍.ଏସ. ଏ କଳାହାଣ୍ଡି, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଯଶୋବନ୍ତ ନାଏକ ମୁଖ୍ୟ ନିର୍ଦ୍ଦେଶକ ଡି.ଏଲ୍.ଏସ. , ଶ୍ରୀ ଅଭିଷେକ ଭୋଇ ଉପ ଅଧିକାରୀ ଏଲ୍.ଏ. ଡି. ସି. ଶ୍ରୀ ପ୍ରକାଶ ଚନ୍ଦ୍ର ସହୁ ରିଟେନର ଫ୍ରଣ୍ଟ ଅଫିସ, ସୁଶ୍ରୀ ନିୟତି ନାଗ ଆଇନଜିବି, କିସ୍ କଳାହାଣ୍ଡିର ଉପ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ପଧାନ ଓ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁନୀତା ପଣ୍ଡା ସମେତ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ପ୍ରଭୂ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା ପରେ ଅତିଥି ମାନଙ୍କୁ କିସ୍ ଛାତ୍ରୀମାନେ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ପ୍ରଦାନ ପରେ ସଭାକାର୍ଯ୍ୟ ଆରମ୍ଭ କରଯାଇଥିଲା। କିସ୍ ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ପଣ୍ଡା ସ୍ବାଗତ ଅଭିଭାଷଣ ପ୍ରଦାନ ପରେ ଛାତ୍ରୀମାନଙ୍କ ନୃତ୍ୟ ସଭାକୁ ଆହୁରି ସୁନ୍ଦର କରିଦେଇଥିଲା। ମୁଖ୍ୟ ଅତିଥି ସୁଶ୍ରୀ ପଣ୍ଡା କିସ୍ ପିଲାଙ୍କ ଶାନ୍ତି ଶୃଙ୍ଖଳା ଆଚାର ବ୍ୟବହାର ଦେଖି କିସ୍ କିଟ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେବା ସହ ଆଜିର ଜାତିୟ ଯୁବ ଦିବସ ଉପରେ ଛାତ୍ରୀ ମାନଙ୍କୁ ବୁଝେଇ ଥିଲେ ।

ଯୁବ ଅବସ୍ଥା ରେ ହିଁ ବିଶେଷ କରି ଦେଶ ପାଇଁ ଉତ୍ସର୍ଗୀକୃତ ଭାବେ କାମ କରିବା ର ଉତ୍କଷ୍ଟ ସମୟ ଯାହାକି ସ୍ୱାମୀ ବିବେକାନନ୍ଦ ଙ୍କ ଆହ୍ୱାନ ଥିଲା l ସେ ଭଲ ମଣିଷ ହୋଇ ଦେଶ ଗଠନ ଓ ବିକାଶ ରେ ସାମିଲ ହେବାପାଇଁ କହିଥଲେ l ସେହିପରି ମୂଖ୍ୟ ନିର୍ଦ୍ଦେଶକ ଶ୍ରୀ ନାଏକ କିସ୍ ସହିତ ମୁଁ ଆଗରୁ ଜଡ଼ିତ ଓ ଡ. ଅଚ୍ୟୁତ ସାମନ୍ତଙ୍କ ଜୀବନ ଶୈଳୀ ମତେ ବେଶୀ ପ୍ରଭାବିତ କରେ ଓ ମୁ ଟିକେ ସମୟ ପାଇଲେ କିସ୍ କୁ ପ୍ରଦାନ୍ କରିବାକୁ ଭଳପାଏ ବୋଳି କହିଥିଲେ । କିସ ଏକ ଓଡିଶା ର ଗର୍ବ ଓ ଗୌରବ l ଅନେକ ଆଦିବାସୀ ବଞ୍ଚିତ ଥିବା ବର୍ଗ ଙ୍କୁ ଗୁଣାତ୍ମକ ଶିକ୍ଷା ମାଧମ ରେ ସେମାନଙ୍କ ନିରନ୍ତର ଓ ସର୍ବାଙ୍ଗୀନ ବିକାଶ କରିଆସୁଛି କହିଥିଲେ l ଅନେକ ଆଦିବାସୀ ଛାତ୍ର ଛାତ୍ରୀ କିସ ରେ ଉଚ୍ଚ ଶିକ୍ଷା ଲାଭ କରି ସରକାରୀ ଓ ବେସରକାରୀ ନିଯୁକ୍ତି ପାଇଁ ପରିବାର କୁ ସ୍ୱଚ୍ଛଳ କରି ସମାଜ ପାଇଁ ଉଦାହରଣ ସାଜିଛନ୍ତି lଉକ୍ତ କାର୍ଯ୍ୟକ୍ରମକୁ କିସ୍ ର ଶିକ୍ଷକ ଶ୍ରୀଯୁକ୍ତ ଖୀରସିନ୍ଧୁ ସାହୁ ସୂଚାରୁ ଭାବେ ପରିଚାଳନା କରିଥିବା ବେଳେ ସମସ୍ତ କର୍ମକର୍ତ୍ତା ପୂର୍ଣ୍ଣ ସହଯୋଗ କରିଥିଲେ। ପରିଶେଷରେ କିସ୍ ର ଉପ-କାର୍ଯ ନିର୍ବାହୀ ଅଧିକାର ଶ୍ରୀଯୁକ୍ତ ପଧାନ ଉପସ୍ଥିତ ସମସ୍ତଙ୍କ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥଲେ ।
