ଅତିରିକ୍ତ ସୁରକ୍ଷା ଜମା ଆଦାୟ ବନ୍ଦ କର

ଅତିରିକ୍ତ ସୁରକ୍ଷା ଜମା ଆଦାୟ ବନ୍ଦ କର, PUC ନାମରେ ଲୋକଙ୍କୁ ଲୁଟ କରିବା ବନ୍ଦକର ଓ ରାସନ କାର୍ଡ କାଟିବା ଚକ୍ରାନ୍ତ ବନ୍ଦକର ଦାବିରେ ସିପିଏମ ର RDC ଅଫିସରେ ବିକ୍ଷୋଭ ପ୍ରଦର୍ଶନ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ।ବ୍ରହ୍ମପୁର – ସିପିଏମ ପକ୍ଷରୁ ଟାଟା କମ୍ପାନୀ ପକ୍ଷରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ବାତିଲ କର, ସ୍ମାର୍ଟ ମିଟର ବନ୍ଦ କର, ଟାଟା କମ୍ପାନୀକୁ ହଟାଅ,PUC ନାମରେ ସାଧାରଣ ଲୋକଙ୍କୁ ଲୁଟ କରିବା ବନ୍ଦ କର, ପର୍ଯ୍ୟାପ୍ତ ଟେଷ୍ଟଙ୍ଗି ୟୁନିଟ ବସାଅ, ଧାନମଣ୍ଡି ଖୋଲ, ଚାଷୀଙ୍କ ଧାନ କିଣ ଓ ରେସନ କାର୍ଡ କାଟିବା ଚକ୍ରାନ୍ତ ବନ୍ଦକର ଦାବିରେ ପାର୍ଟି ପକ୍ଷରୁ ଜିଲ୍ଲା ଅଫିସରୁ ଏକ ପଟୁଆର ବାହାରି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଅଫିସରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରି ସରକାରଙ୍କ ଚାସି ବିରୋଧ ,ବିଦ୍ୟୁତ ଗ୍ରାହକ ସ୍ୱାର୍ଥ ବିରୋଧୀ, ଓ ଜନବିରୋଧୀ ନୀତିର ତୀବ୍ର ବିରୋଧ କରିଥିଲେ।

ସରକାର ଏହି ନୀତିର ପରିବର୍ତ୍ତନ କରିବା ପାଇଁ ଦବି କରିଥିଲେ।ଏଥିରେ ରାଜ୍ୟର ବରିଷ୍ଠ ନେତା ଆଳିକିଶୋର ପଟ୍ଟନାୟକ, ଯୁଧିଷ୍ଠିର ବେହେରା, କୈଳାସ ଷଡଙ୍ଗୀ,ରାମଚନ୍ଦ୍ର ନାୟକ, ଦିଲିପ ଛୋଟରାୟ,ଅଜୟ ଗୌଡ଼,ହରୀକୃଷ୍ଣ ରେଡି, ବିଦ୍ୟାଧର ଜେନା,ଶିବପ୍ରସାଦ ମହାପାତ୍ର, ନୀଳମଣି ଗୁରୁ,ଶୁକ ଶବର, ସିବ କୁମାର,ବିଷ୍ଣୁ ପ୍ରିୟା ସାହୁ, ବିପିନ ନାୟକ,ଗୋପାଳ ପାଣିଗ୍ରାହୀ, ପ୍ରତାପ ଚୌଧୁରୀ, ବାବୁଲା ନାୟକ ,ହରି ନାହାକ ,ରାଜରାଓ, ଗୋକୁଳ ତ୍ରିପାଠୀ ଓ ନୀଳ ମାଧବ ରଥ ପ୍ରମୁଖ ନେତୃତ୍ୱ ନେଇଥିଲେ।ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଏକ 4 ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *