ପୁରୀ ଜିଲ୍ଲା ସ୍ତରୀୟ ବନାଟି ପ୍ରତିଯୋଗିତା ଅନୁଷ୍ଠିତ

ପୁରୀ ଜିଲ୍ଲା ସ୍ତରୀୟ ବନାଟି ପ୍ରତିଯୋଗିତା ଅନୁଷ୍ଠିତ,ପୁରୀ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ୨୦୨୬ ପାଳନ ଉପଲକ୍ଷେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ଅନୁସାରେ ବନାଟି ପ୍ରତିଯୋଗିତା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଓ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଙ୍କ ପରାମର୍ଶ କ୍ରମେ ସ୍ଥାନୀୟ ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ବନାଟି ସାଧାରଣ ଘୁର୍ଣ୍ଣନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା|ଏହି ପ୍ରତିଯୋଗିତା ରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ| ବାଳିକା ସ୍ତରରେ ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ର କବିତା ମହାନ୍ତି ,ପ୍ରଥମ , ଏଲ ବର୍ଷା ବେହେରା, ଦ୍ଵିତୀୟ ଏବଂ ରିୟା ଦେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି |ସେହିପରି ବାଳକ ବିଭାଗ ରେ ସାରସ୍ୱତ ବିଦ୍ୟାନିକେତନ ର ତ୍ରିବିକ୍ରମ ପଣ୍ଡା,ପ୍ରଥମ, ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ପାପାଇ ଶାହା, ଦ୍ଵିତୀୟ ଏବଂ ସମ୍ରାଟ ଦେବନାଥ ତୃତୀୟ ସ୍ଥାନ ଅଧିକାର କରିଥିଲେ| ଏହି ପ୍ରତିଯୋଗିତା କୁ ଶ୍ରୀଜଗନ୍ନାଥ ସମର କଳା ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ ତରଫରୁ ବିଚାରକ ଭାବେ ବନାଟି ଆଚାର୍ଯ୍ୟ ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ, ବନାଟି ବିଶାରଦ ଜଗନ୍ନାଥ ସୁଆର, ସାମ୍ବାଦିକ କୈଳାଶ ଚନ୍ଦ୍ର ପଣ୍ଡା, ଶିକ୍ଷକ ଧର୍ମେନ୍ଦ୍ର ହାଁସଦା, କ୍ରୀଡା ଶିକ୍ଷକ ରବୀନ୍ଦ୍ର ବେହେରା ଏବଂ ପିଣ୍ଟୁ ଜେନା ପ୍ରମୁଖ ବିଚାରକ ରୂପେ କାର୍ଯ୍ୟ ତୁଲାଇ ଥିଲେ |

ଏଥି ସହିତ ଦୀର୍ଘ ୨୪ ମିନଟ ଧରି ବନାଟି କ୍ରୀଡା ପ୍ରଦର୍ଶନ କରିଥିବା କୃତି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ଉଦେଶ୍ୟ ରେ ପ୍ରତିଯୋଗିତା ସ୍ଥଳରେ ଉପସ୍ଥିତ ଥିବା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସୁଚରିତା ପ୍ରତିହାରୀ ଙ୍କ ଦ୍ୱାରା ୨ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରାଯିବା ସହ ପ୍ରତିଯୋଗିତା କୁ ଉତ୍ସାହିତ କରୁଥିବା ୩00 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀଙ୍କୁ ବିସ୍କୁଟ ବଣ୍ଟନ କରାଯାଇଥିଲା | ବିଜୟୀ ପ୍ରତିଯୋଗୀ ମାନଙ୍କୁ ଆଗାମୀ ଜିଲ୍ଲା ସ୍ତରୀୟ ପ୍ୟାରେଡ ଉତ୍ସବ ରେ ପୁରସ୍କୃତ କରାଯିବ ବୋଲି ସୂଚନା ଲୋକ ସମ୍ପର୍କ ବିଭାଗ ର ଉପ ନିର୍ଦେଶକ ସନ୍ତୋଷ କୁମାର ସେଠୀ ସୂଚନା ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *