ବିବେକାନନ୍ଦ ଶିକ୍ଷା କେନ୍ଦ୍ର ବାର୍ଷିକ ଉତ୍ସବ “
ବିବେକାନନ୍ଦ ଶିକ୍ଷା କେନ୍ଦ୍ର ବାର୍ଷିକ ଉତ୍ସବ ” ନିରନ୍ତର” କୋଣାର୍କ – କୋଣାର୍କ ବସଷ୍ଟାଣ୍ଡ ନିକଟରେ ଥିବା ଘରୋଇ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୨୪ ତମ ବାର୍ଷିକ ଉତ୍ସବ ” ନିରନ୍ତର ” ମଙ୍ଗଳାବର ସଂଧ୍ୟାରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଶିକ୍ଷାକେନ୍ଦ୍ର ସଭାପତି ଘନଶ୍ୟାମ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଗସିଂହପୁର ସାଂସଦ ଡଃ ବିଭୁ ପ୍ରସାଦ ତରାଇ, ଅନ୍ୟତମ ଅତିଥି ଭାବେ ବିଧାୟକ ତୁଷାରକାନ୍ତି ବେହେରା, କୋଣାର୍କ ଏନଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ଅଧ୍ୟାପକ କ୍ୟାପଟେନ ବିନୟ ଭୂଷଣ ମହାନ୍ତି, ସାଂସଦ ପ୍ରତିନିଧି ମଙ୍ଗରାଜ ମୁଦୁଲି, କାଉନସିଲର ବିଶ୍ବମ୍ବର ବିଶ୍ବାଳ, ଅଧକ୍ଷ ପୂର୍ଣ୍ଣଚନ୍ଦ୍ର ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ। ଶିକ୍ଷାକେନ୍ଦ୍ର ମୂଖ୍ୟପ୍ରତିଷ୍ଠାତା ଗୁଣନିଧି ମୁଦୁଲି ବାର୍ଷିକ ବିବରଣୀ ପ୍ରଦାନ କରିବା ସହ ବିଦ୍ୟାଳୟର ସଫଳତା ଆଲୋକପାତ କରିଥିଲେ । ପିଲାମାନେ ହେଉଛନ୍ତି ଦେଶ ଓ ସମାଜର ଭବିଷ୍ୟତ ତେଣୁ ପିଲାମାନେ ଭଲ ମଣିଷଟିଏ ହୁଅନ୍ତୁ ଟଙ୍କା ତିଆରି ମେସିନ୍ ନହୁଅନ୍ତୁ। ଶିକ୍ଷା ଅନୁଷ୍ଠାନ ଏକ ମନ୍ଦିର, ଏହା ହେଉଛି ଗୁରୁକୂଳର ପରମ୍ପରା, ଚାଲିଚଳନ ଓ ବ୍ୟବହାର କିପରି ହେବା ଦରକାର ଏଏଥି ପ୍ରତି ଧ୍ୟାନ ଦେବା ଆବଶ୍ୟକ।

ଏଠି ପିଲାଙ୍କୁ ଉଚିତ୍ ଶିକ୍ଷା ଓ ମାର୍ଗଦର୍ଶନ ମିଳିବା ଉଚିତ୍ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ବିଦ୍ୟାଳୟର ପୁରାତନ ସଫଳ ଛାତ୍ରଛାତ୍ରୀ ମାନଙ୍କ ସହ ଶିକ୍ଷା କେନ୍ଦ୍ରର ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ପରି ଶେଷରେ ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରଯାଇଥିଲା। ଏହି ଉତ୍ସବରେ ୫୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ମାନେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରତିଷ୍ଠାତା ସଦସ୍ୟ ମାନସ କୁମାର ମୁଦୁଲି, ପରିଚାଳକ ବଳରାମ ପଣ୍ଡା, ଗୋପାଳ ଚରଣ ଦାଶ, ରେଣୁବାଳା ଦାଶ, ମିତାଲି ପାଢ଼ୀ, ଜ୍ୟୋତ୍ସ୍ନା ନାୟକଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।
