ଫୁଲବାଣୀ ରେ ଘରଭଙ୍ଗା ବିରୁଦ୍ଧରେ କନ୍ଧମାଳ ବିଜେଡି ସଭାପତି ପଦ୍ମନାଭ ବେହେରାଙ୍କ ପ୍ରେସମିଟ ।
ଫୁଲବାଣୀ ,ତା୧୩/୦୧/୨୦୬ ଓଡିଶାର ଚଳିତ ମୋହନ ସରକାରର ଙ୍କ ନିର୍ଦ୍ଦେଶ କ୍ରମେ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ କନ୍ଧମାଳ ଜିଲ୍ଲା ର ଫୁଲବାଣୀ ତହସିଲଦାର ଙ୍କ ଅଧୀନରେ ଥିବା ଫୁଲବାଣୀ ପୌରପରିଷଦ ଓ କିଛି ପଞ୍ଚୟତ ରେ ପ୍ରଶାସନ ଜବର ଦଖଲ ଉଛେଦ କରିବା ବାହାନାରେ ଘରଭଙ୍ଗା ଅଭିଯାନ ଆରମ୍ଭ କରିବା ପାଇଁ ପ୍ରାୟ ଏକ ହଜାରରୁ ଅଧିକ ଲୋକଙ୍କୁ ଘର ଭଙ୍ଗାଯିବା ପାଇଁ ନୋଟିସ ଜାରି କରାଯଇଛି । ଯାହା ଫଳରେ ସହରବାସୀଙ୍କ ମନରେ ଏକ କୋକୁଆ ଭୟ ସୃଷ୍ଟି ହୋଇଥିବା ଦେଖିବାକୁ ମିଲିଛି । ପ୍ରଶାସନ ବିରୁଦ୍ଧରେ ତାତିଲେଣି ଜନତା, ସରକାର ବିରୁଦ୍ଧରେ ମେଳି ମୁଣ୍ଡ ଟେକିବାକୁ ଆରମ୍ଭ ହେଲଣି | ଜନତା ତାତିବାକୁ ଆରମ୍ଭ କରିବା ବେଳକୁ ବର୍ତ୍ତମାନ ଏହା ବିରୁଦ୍ଧରେ ଜିଲ୍ଲାରେ ରାଜନୈତିକ ଦଳ ଭାବେ କନ୍ଧମାଳ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ଆଜି ପ୍ରଶାସନ ର ଘରଭଙ୍ଗା ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀ ରେ ସରକାର ଓ ପ୍ରଶାସନ ବିରୁଦ୍ଧରେ ବିଷୋଦ୍ଗାର କରିଥିଲେ । କନ୍ଧମାଳ ଜିଲ୍ଲାରେ ତଥା ଫୁଲବାଣୀ ସହରରେ ୪-୫ ଡିଗ୍ରୀ ତାପମାତ୍ରା ଥୀବା ସମୟରେ ଜିଲ୍ଲା ପ୍ରଶାସନ ର ଘରଭଙ୍ଗା ଅଭିଯାନ କୁ ଏକ ଜନମାରାଣ ନୀତି ବୋଲି ତୀବ୍ର ନିନ୍ଦା କରିଥିଲେ | ପ୍ରଶାସନ ର ଘରଭଙ୍ଗା ନୀତିକୁ ବିଜେଡି ତୀବ୍ର ନିନ୍ଦା କରିବା ସହିତ ଚଳିତ ମାସ ୧୬/୦୧/୨୦୨୬ ତାରିଖରେ ବିଜେଡି ଆନ୍ଦୋଳନ କୁ ଓଲ୍ହାଇବ ବୋଲି ଆନ୍ଦୋଳନ ର ଡାକରା ଦେଇଥିଲେ | ଫୁଲବାଣୀ ସହରାଞ୍ଚଳ ରେ ସେଟେଲମେଣ୍ଟ ହୋଇପାରିନ ଥିବ ଯୋଗୁଁ ବିଜେଡି ସରକାର ସମୟରେ କାହାର ଘର ଭାଙ୍ଗିବାକୁ ନିର୍ଦେଶ ଦିଆଯାଇନ ଥିଲା, କିନ୍ତୁ ବର୍ତ୍ତମାନ ର ମହୋନ ସରକାର ପ୍ରଥମେ ଥୋଇଥାନ ର ବ୍ୟବସ୍ଥା ଗ୍ରହଣ ନ କରି ହାଡ଼ ଭଙ୍ଗା ଶୀତଜାଡ଼ ହେଉଥିବା ସମୟରେ ନିର୍ଦୟ ଭାବରେ ଲୋକଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ କଟା ଘାରେ ଚୂନ ଦେବା ସଦୃଶ ଲୋକଙ୍କ ଭାଙ୍ଗିବାରେ ବ୍ୟସ୍ତ ଥିବା କଥା ସାମ୍ବାଦିକ ସମ୍ମିଳନୀ ଘୋର ନିନ୍ଦା କରିଥିଲେ | ଓ ଆଗାମୀ ୧୬ ତାରିଖରେ ବିଜେଡି ଏକ ପ୍ରତିବାଦ ସଭା କରି ଏହାକୁ ସ୍ଥଗିତ ରଖିବାକୁ କନ୍ଧମାଳ ଜିଲ୍ଲାପାଳ ଙ୍କ ସହିତ ଆଲୋଚନା କରି ଏହାକୁ ସ୍ଥଗିତ ରଖିବାକୁ ଅନୁରୋଧ କରାଯିବ ବୋଲି ପ୍ରକାଶ କରିଥିଲେ | ସରକାର ଯଦି ଏହି କାର୍ଯ୍ୟ କ୍ରମକୁ ନ ବନ୍ଧ କରନ୍ତି ତାହା ହେଲେ ବି ଜେ ଡି ବିରୋଧୀ ର ଭୂମିକା ହିସାବରେ ରାଜରାସ୍ତାକୁ ଓହ୍ଲାଇବା ବଳି ଶ୍ରୀ ବେହେରା କହିଥିଲେ ।ଏହି କାର୍ଯ୍ୟ କ୍ରମରେ ଜିଲ୍ଲା ର ଅନେକ କର୍ମୀ ଯଥା- ପଞ୍ଚାନନ କହଁର, ବିରେନ୍ଦ୍ର କହଁର,ରଜନୀ ଶଙ୍କର ପ୍ରଧାନ, ସତ୍ୟନାରାୟଣ ବେହେରା,ଶିବଶଙ୍କର ସାହାଣୀ, ବିକ୍ରମ ବେହେରା, ସୂର୍ଯ୍ୟନାରାୟଣ ପଟ୍ଟନାୟକ, ଦଶ ନମ୍ୱର୍ ୱାର୍ଡ ର କାଉନସିଲର ଶ୍ରୀବତ୍ସବେହେର। ଟୁକୁନ୍ଦର ସେଠୀ ,ତେର, ନମ୍ୱର୍ ୱାର୍ଡ କାଉନସିଲର ମାଧବୀ ମିଶ୍ର, ଆଠ ନମ୍ୱର୍ ୱାର୍ଡ ର କାଉନସିଲର ରାଜେନ୍ଦ୍ର ପ୍ରସାଦ ପାଢ଼ୀ, ଯୁବ ନେତୃତ୍ଵ ରାକେଶ ମିଶ୍ର, ବିରୁପ।କ୍ଷ ପଣ୍ଡା ,ପ୍ରକାଶ ସାହୁ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।
