ସ୍ବାମୀ ବିବେକାନନ୍ଦ ଜୟନ୍ତୀ ରେ ପୁରସ୍କାର ବିତରଣ ଉତ୍ସବ

ରଘୁନାଥପୁର ୧୩/୧ -ରଘୁନାଥପୁର ବ୍ଲକ ଅଧୀନ ଏରଡ଼ଙ୍ଗା ପଞ୍ଚାୟତ ନାଲିବର ଠାରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ତଥା ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ଆଞ୍ଚଳିକ ଯୁବକ ସଙ୍ଘ ପକ୍ଷରୁ ଏକ ବ୍ୟାଡ଼ମିଟନ ଟୁର୍ନାମେଣ୍ଟ ସୋମବାର ଆରମ୍ଭ କରାଯାଇ ମଙ୍ଗଳବାର ଏହାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା|ଏଥିରେ ଜୟପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଉପ ସ୍ଵାସ୍ତ୍ୟ କେନ୍ଦ୍ର ର ମିଳିତ ପ୍ରୟାସରେ ୧୬ ବର୍ଷ ରୁ କମ ବୟସର ପିଲାମାନଙ୍କୁ ନେଇ ଏକ ବ୍ୟାଡ଼ ମିଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ସଂଘ ର ସଭାପତି-ତ୍ରିଲୋଚନ ପାତ୍ର, ଉପସଭାପତି-ବୀରକିଶୋର ବାରିକ, ସଂପାଦକ-ସୁମୃତି ରଞନ ବେହେରା, ସହ ସଂପାଦକ-ଶୁସିଲ ଖଟୁଆ ଏବଂ ଯୁବକ ସଂଘ ର ଅନ୍ୟ ସଦସ୍ୟ ମାନଙ୍କଦ୍ୱାରା ଖେଳ ପରିଚାଳନା କରାଯାଇଥିଲା।ଏଥିରେ କୣତକାର୍ଯ୍ୟା ହାସଲ କରିଥିବା ଖେଳାଳି ମାନଙ୍କୁ ପୁରସ୍କୃତ କରାଯାଇଥିଲା।

Leave a Reply

Your email address will not be published. Required fields are marked *