ଠାକୁରଗଡ଼ ଠାରେ ଆରଟିଓ ଅନୁଗୁଳ ପକ୍ଷରୁ ସଡ଼କ ସୁରକ୍ଷା ମାସ ପାଳିତ

ଠାକୁରଗଡ଼: ୧୩/୦୧ ଠାକୁରଗଡ଼ ଠାରେ ଆରଟିଓ ଅନୁଗୁଳ ପକ୍ଷରୁ ଠାକୁରଗଡ଼ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏବଂ ଠାକୁରଗଡ଼ ଛୋଟ ମାଲିକ ସଂଘ ର ସଦସ୍ୟ ଙ୍କୁ ନେଇ ସଡ଼କ ସୁରକ୍ଷା ମାସ ଉଦ୍‌ଯାପନ କରାଯାଇଛି। ଏହି ଅବସରରେ ସଡ଼କ ସୁରକ୍ଷା ସଚେତନତା ରାଲି, ହେଲମେଟ୍ ପରିହାରର ଗୁରୁତ୍ୱ, ସିଟ୍‌ବେଲ୍ଟ ବ୍ୟବହାର, ମଦ୍ୟପାନ କରି ଯାନ ଚାଳନା ନକରିବା ଓ ଟ୍ରାଫିକ୍ ନିୟମ ମାନିବା ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା। ଏହି ରାଲି ଟି ଠାକୁରଗଡ଼ ଉଚ୍ଚ ବିଦ୍ୟାଳୟ ଠାରୁ ବାହାରି ଠାକୁରଗଡ଼ ଥାନା ପର୍ଯ୍ୟନ୍ତ ଯାଇଥିଲା l କାର୍ଯ୍ୟକ୍ରମରେ ଆରଟିଓ କର୍ମଚାରୀ ଡେପୁଟି ସୂପର୍ଡିଦେଣ୍ଟ ଟ୍ରାଫିକ ରମାକାନ୍ତ ନାୟକ,junior mvi ସନ୍ଧ୍ୟାରଣୀ ନାୟକ , ରଞ୍ଜିତ ବେହେରା ଓ ଛୋଟ ଗାଡି ମାଲିକ ସଂଘ, ଠାକୁରଗଡ଼ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ଦେହୁରୀ, ଜ୍ଞାନ ଜ୍ୟୋତି ଲେଙ୍କା,ଚିତାନନ୍ଦ ଦେହୁରୀ, ସନ୍ତୋଷ କୁମାର୍ ପାଣିଗ୍ରାହୀ, ଦୀପକ କୁମାର୍ ସାହୁ, ରଶ୍ମିତା ପ୍ରଧାନ, ବିମଳ କୁମାର ବେହେରା, ଅନୁଷୟା ନାୟକ,ସ୍ଥାନୀୟ ସାମାଜିକ ସଂଗଠନର ସଦସ୍ୟମାନେ ଯୋଗ ଦେଇ ଗାଡ଼ିଚାଳକ ଓ ପଥଚାରୀମାନଙ୍କୁ ଟ୍ରାଫିକ୍ ନିୟମ ମାନିବା ପାଇଁ ଅନୁରୋଧ କରିଥିଲେ। ଏହା ସହିତ ଦୁର୍ଘଟଣା କମାଇବା ଓ ସୁରକ୍ଷିତ ଯାତାୟାତ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଆହ୍ୱାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *