ସ୍ବାମୀ ବିବେକାନନ୍ଦଙ୍କ ୧୬୪ ତମ ଜୟନ୍ତୀ ପାଳନ
ବଡ଼ଚଣା : ଯୁବଶକ୍ତିଙ୍କ ପ୍ରେରଣାଦାୟକ ନମାର୍ଗଦର୍ଶକ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଜାତୀୟ_ଯୁବ_ଦିବସ ଅବସରରେ ଉଦୀୟମାନ ସ୍ବେଚ୍ଛାସେବି ଅନୁଷ୍ଠାନ ପକ୍ଷରୁ ଚଣ୍ଡିଖୋଲ ସରକାରୀ ଉଚ୍ଚବିଦ୍ୟାଳୟ ପରିଶରରେ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ଅନିଲ କୁମାର ଦାସଙ୍କ ସଭାପତିତ୍ବ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଗାନ୍ଧୀ ପ୍ରଚାରକ ରାମଚନ୍ଦ୍ର ଶୁକ୍ଳ, ମୁଖ୍ୟବକ୍ତା ସମାଜ ସେବୀକା ଅରୁଣୀ ନନ୍ଦ,ସମାଜ ସେବୀ ଆକାଶ କୁମାର ସାହୁ ଯୋଗ ଦେଇ ସ୍ବାମୀ ବିବେକାନନ୍ଦଙ୍କ ଅବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଆଜିର ଯୁବଶକ୍ତିଙ୍କ ଗଠନମୂଳକ ବିଚାରଧାରା ମାଧ୍ୟମରେ ଭାରତବର୍ଷର ଆଗାମୀ ଭବିଷ୍ୟତକୁ ସୁସଂଗଠିତ କରାଯାଇପାରିବ ନିଜର ସୁଖସୁବିଧାକୁ ତ୍ୟାଗ କରି ଦେଶସେବାରେ ନିଜକୁ ବ୍ରତୀ କରିପାରିଲେ ଏକ ଉନ୍ନତ ସମାଜ ଗଢାଯାଇପାରିବ ସ୍ବାମୀ ବିବେକାନନ୍ଦଜୀଙ୍କ ଚିନ୍ତାଧାରା ଓ ଓଜସ୍ବିନୀ ଭାଷଣ ଆଜି ବି ଯୁବବର୍ଗଙ୍କୁ ପ୍ରେରଣା ଦେଉଛି । ଯୁବକ ମାନେ ହେଉଛନ୍ତି ମଧ୍ୟାହ୍ନର ସୂର୍ଯ୍ୟପରି ତେଜିଆନ ସେମାନଙ୍କ ମଧ୍ୟରେ ଅମାପ ଶକ୍ତି ଭରି ରହିଅଛି ଆଜିର ଜାତୀୟ ଯୁବ ଦିବସ ଅବସରରେ ଯୁବ ସମାଜ ଅଦମ୍ୟ ସାହାସ ଓ ଶକ୍ତିନେଇ ମାତୃଭୂମି ପାଇଁ ଲଢିବାର ସନ୍ଦେଶ ଅତିଥି ଗଣ ବାଣ୍ଟିଥିଲେ । ଶେଷରେ ବରିଷ୍ଠ ଉପଦେଷ୍ଟା ଗୀତାଞ୍ଜଳି ସାମଲ ଧନ୍ୟବାଦ ପ୍ରଦାନ କରିଥିଲେ ।
