ରାଇପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ. ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ l
ପୁରୁଷୋତ୍ତମପୁର -୧୩/୧ଏହି ବ୍ଲକ ଅନ୍ତର୍ଗତ ରାଇପୁର ଗ୍ରାମ ପଞ୍ଚାୟତ ର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଏବଂ ଖେଳ ପ୍ରତିଯୋଗିତା ୨୦୨୬ ଜାନୁଆରୀ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍କୁଲ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅନିତା କୁମାରୀ ବେହେରା ଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଖେଳ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି କ୍ରୀଡା ଉତ୍ସବ ବିଦ୍ୟାଳୟ ପରିସରରେ ଦୁଇଦିନ ଧରି ଖେଳ ପ୍ରତିଯୋଗିତା ଚାଲିଥିଲା l ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଖେଳ ଯଥା ଦୌଡ଼କୁଦ,ଡିସ୍କସ ଥ୍ରୋ, ସଟପୁଟ, ଲମ୍ବଡିଅଁ,ଉଚ୍ଚଡିଆଁ, କବାଡ଼ି, ଖୋ-ଖୋ ଖେଳ ଅନୁଷ୍ଠିତ ହୋଇଥିଲା ଏହି ବାର୍ଷିକ କ୍ରୀଡା ଉତ୍ସବର ଉଦଘାଟନ ଦିବସରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ଅଧ୍ୟକ୍ଷ। ରଶ୍ମିତା ବେହେରା ଉପସ୍ଥିତ ରହି ଏହି କାର୍ଯକ୍ରମ କୁ ସଫଳ କରିଥିଲେ , କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ କିଶୋର ଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ। ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଭଗବାନ ବେହେରା ଓ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ସାମିଲ ହୋଇ କ୍ରୀଡା ଉତ୍ସବ କୁ ସାଫଲ୍ୟ କରିଥିଲେ ।
