ପୂର୍ତ୍ତ ବିଭାଗର ଦୁଇଟି ପ୍ରମୁଖ ରାସ୍ତାର ଶୁଭ ଶିଳାନ୍ୟାସ କଲେ ମନ୍ତ୍ରୀ ଓ ବିଧାୟକ .
ବଡ଼ଚଣା : ବିକଶିତ ବଡଚଣାର ସ୍ବରୂପ ଛତିଆ ଜଗନ୍ନାଥ ସଡକ ଓ ବନ୍ଦାଳ ଏଣ୍ଡରପଦା ପୂର୍ତ୍ତବିଭାଗ ରାସ୍ତାର ଶୁଭ ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି।ଦ୍ବିତୀୟ ଶ୍ରୀକ୍ଷେତ୍ର ଛତିଆ ବଟ ସମ୍ମୁଖ ରାସ୍ତା ଚାରିଥାକିଆ କରିବା ସହ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା ରହିଛି।ଏଥି ପାଇଁ ବିଭାଗ ପକ୍ଷରୁ ୧. ୯୫୦ ମିଟର ରାସ୍ତା ପାଇଁ ୧୮ କୋଟି ୮୭ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟବରାଦ ହେବା ପାଇଁ ଟେଣ୍ଡର ସମ୍ପର୍ନ ହୋଇଛି।ଦିର୍ଘ ୪୨ ବର୍ଷ ଅପେକ୍ଷାର ଅନ୍ତ ଘଟାଇ ବନ୍ଦାଳ ଏଣ୍ଡରପଦା ପୂର୍ତ୍ତବିଭାଗ ରାସ୍ତାର ୫. ୨୪୦ ମିଟର କାମ ପାଇଁ ୨୮ କୋଟି ୨୬ ଲକ୍ଷ ୯୩ ହଜାର ଟଙ୍କା ବ୍ୟୟବରାଦ ପାଇଁ ଲକ୍ଷ୍ଯ ରଖାଯାଇଛି।ଏଥି ପାଇଁ ଛତିଆ ନେଳିଆ ଛକ ଠାରେ ଓ ବନ୍ଦାଳ ଠାରେ ଆଇନ,ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ କରକମଳରେ ଶୁଭ ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବଡଚଣାରେ ଗମନାଗମନ ସୁଗମ କରିବାକୁ ବିଧାୟକ ଅମର କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆରମ୍ଭ ହବା ସହ ଚଣ୍ଡିଖୋଲ ଛକ ଚତୁପାର୍ଶ୍ଵ ରାସ୍ତା ପ୍ରଶସ୍ତିକରଣ ସମ୍ପୂର୍ଣ୍ଣ ହେବାର ଶେଷ ପର୍ଯ୍ୟାୟରେ ଉପନିତ ହୋଇ ପାରିଛି।ସମସ୍ତ ମଠ ମନ୍ଦିର ଓ ଦେବାଳୟ ସୁରକ୍ଷା ଉନ୍ନତିକରଣ କାର୍ଯ୍ଯ ପାଇଁ ଆମ ସରକାର ପ୍ରୟାସ ଆରମ୍ଭ କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ।ବଡଚଣା ବାସୀଙ୍କ ଅକୁଣ୍ଠ ସ୍ନେହ,ଶ୍ରଦ୍ଧା ଆଜି ବିକାଶ ଶିକ୍ଷର ଛୁଇଁବାକୁ ଯାଉଛି,ପୂର୍ବରୁ ଅନେକ ପ୍ରକଳ୍ପ କରିଛୁ ଆଜି ଆମ ଅଞ୍ଚଳର ଦୁଇଟି ପ୍ରମୁଖ ରାସ୍ତାର ଶୁଭ ଶିଳାନ୍ୟାସ ମାନ୍ୟବର ମନ୍ତ୍ରୀଙ୍କ କରକମଳରେ କରିବାରେ ସୁଯୋଗ ପାଇଥିବାରୁ ମୁ ନିଜକୁ ଧନ୍ଯ ମନେକରୁଛି ବୋଲି ମତବ୍ୟକ୍ତ କରିଥିଲେ। ଛତିଆ ଠାରେ ଆୟୋଜିତ ସଭାରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିକାଶ ମହାପାତ୍ର ସଭା ପରିଚାଳନା କରିଥିବା ବେଳେ ଆୟୋଜିତ ବନ୍ଦାଳ ସଭାରେ ପ୍ରମୋଦ କୁମାର ଜେନା ସଭାକୁ ସଂଚାଳନ କରିଥିଲେ।ଏଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ମିନତୀ ସେନାପତି,ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ, ଜିଲ୍ଲାପରିଷଦ ସଭ୍ଯ ଅରବିନ୍ଦ ସାମଲ, ଯଚିନ୍ଦ୍ର ପ୍ରସାଦ ନାୟକ ,ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ଯ ପ୍ରମୁଖ ଯୋଗଦେଇ ଥିଲେ।ଶେଷରେ ବିମଳ ପ୍ରସନ୍ନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ଶିଳାନ୍ୟାସ ସମୟରେ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସ୍ୱେତା ସୁଚରିତା ଦାଶ,ନିର୍ବାହୀ ଯନ୍ତ୍ରୀ ତପନ କୁମାର ସେଠୀ ଓ କନିଷ୍ଠ ପାର୍ଥସାରଥି ପ୍ରୟାଗରାଜ ଉପସ୍ଥିତ ଥିଲେ।
