ସ୍ଵଳ୍ପ ସଞ୍ଚୟ ଅଭିକର୍ତା ସମୀକ୍ଷା ଶିବିର

ଭଦ୍ରକ, ୧୩/୦୧: ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଆର୍ଥିକ ସାକ୍ଷରତା ତଥା ସ୍ଵଳ୍ପ ସଞ୍ଚୟ ଯୋଜନାର ବହୁଳ ପ୍ରଚାର ଓ ପ୍ରସାର , ଆର୍ଥିକ ବର୍ଷ ୨୦୨୫-୨୬ ର ସ୍ଵଳ୍ପ ସଞ୍ଚୟ ଟାର୍ଗେଟ ପୁରାଣ ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ଡାକଘର ଗୁଡିକରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ନିମିତ୍ତ ଜିଲ୍ଲା ପ୍ରଶାସନ ଏବଂ ଭଦ୍ରକ ଡାକ ବିଭାଗ ତରଫରୁ ଆୟୋଜିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ମୋନାଲିସା ପଣ୍ଡା ସଭା ପରିଚାଳନା କରିଥିଲେ। ଏହି ସଭାରେ ଅତିଥି ଭାବରେ ଭଦ୍ରକ ଡାକ ବିଭାଗ ମୁଖ୍ୟ ଲକ୍ଷ୍ମୀନାରାୟଣ ମିଶ୍ର, ପଦ୍ମନ ରାୟ, ପୂର୍ବତନ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ ବ୍ୟାଙ୍କ୍ ମ୍ୟାନେଜର ଯୋଗଦେଇଥିଲେ। ଏହିସଭରେ ଜିଲ୍ଲାର ବିଭିନ୍ନ ଡାକଘର ନିଯୁକ୍ତ ଡାକ ଅଭିକର୍ତ୍ତା ମାନେ ଯୋଗଦେଇଥିଲେ ଓ ବିଭିନ୍ନ ଡାକଘରେ ଉପୁଜିଥିବା ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ଜଣାଇ ଥିଲେ। ଜିଲ୍ଲା ଡାକ ମୁଖ୍ୟ ଅଧିକାରୀ ଅଭିକର୍ତ୍ତା ମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତୀକ୍ଷା ବଦ୍ଧ ହୋଇଥିଲେ ଓ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ତଥା ପୂର୍ବତନ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଚଳିତ ବର୍ଷର ଧାର୍ଯ୍ୟ ସ୍ଵଳ୍ପ ସଞ୍ଚୟ ପୁଞ୍ଜି କିପରି ସଂଗ୍ରହ ହେବ ସେଥିପାଇଁ କାର୍ଯ୍ୟରତ ହେବା ପାଇଁ ନିବେଦନ କରିଥିଲେ।

ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ୍ ମ୍ୟାନେଜର ପେମେଣ୍ଟସ ବ୍ୟାଙ୍କ୍ ରେ ଉପଲବ୍ଧ ସମସ୍ତ ସୁବିଧା ଗୁଡ଼ିକ ସମ୍ପର୍କରେ ଆଲୋଚନା କରିବା ସହ ଡାକ ଅଭିକରତା ମାନଙ୍କୁ ପେମେଣ୍ଟ ବ୍ୟାଙ୍କ୍ ର ବିସି ହେବା ପାଇଁ କହିଥିଲେ।ଏହିସଭାରେ ମୋତେ ୧୧୦ ଜଣ ଡାକ ଅଭିକର୍ତ୍ତା ଯୋଗଦେଇଥିଲେ। ସଭା ଶେଷରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ବିଭାଗର କର୍ମଚାରୀ ମୋନାଲିସା ମାଝୀ ଧନ୍ୟବାଦ୍ ଦେଇଥିବାବେଳେ, ସଭଟିକୁ ସଫଳ କରିବାରେ ସଞ୍ଚୟ ବିଭାଗ ର ସମସ୍ତ କାର୍ଯ୍ୟ କର୍ତ୍ତା ଓ ଡ଼ାକ ଅଭିକରତା ମାନେ ସହାୟକ ହୋଇଥିଲେ.

Leave a Reply

Your email address will not be published. Required fields are marked *