ଏସ୍ପି ପୁରୀ ପ୍ରତୀକ ସିଂଙ୍କ ତତ୍ୱାବଧାନରେ ମାସକରେ ୧୫ ଅସହାୟ ଉଦ୍ଧାର ଆଶ୍ରୟ ସ୍ଥଳରେ ଵେବସ୍ତା କରାଗଲା*
ଏସ୍ପି ପୁରୀ ପ୍ରତୀକ ସିଂଙ୍କ ତତ୍ୱାବଧାନରେ ମାସକରେ ୧୫ ଅସହାୟ ଉଦ୍ଧାର ଆଶ୍ରୟ ସ୍ଥଳରେ ଵେବସ୍ତା କରାଗଲା l ଅନେକ ଅସହାୟ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜ ପେଟପାଟଣା ପାଇଁ ପୁରୀ ସହରରେ ବୁଲି ଭିକ୍ଷା ବୃତ୍ତି କରିଥାନ୍ତି। ରାତି ହେଲେ ଏମାନେ କେଉଁଠି ମୁଣ୍ଡ ଗୁଞ୍ଜିବେ ସେହି ଚିନ୍ତାରେ ପଡ଼ିଥାନ୍ତି। ତେଣୁ ରେଳ ଷ୍ଟେଶନ, ବସ୍ଷ୍ଟାଣ୍ଡ ଏପରି କି ଦୋକାନ ବାରଣ୍ଡାରେ ଶୋଇପଡନ୍ତି। ପୁଣି ସକାଳ ହେଲେ ଭିକ୍ଷାବୃତ୍ତିରେ ବାହାରି ପଡନ୍ତି। ଶ୍ରୀମନ୍ଦିର ଚତୁଃପାଶ୍ୱର୍, ବଡ଼ଦାଣ୍ଡ ସମେତ ବିଭିନ୍ନ ଗଳିକନ୍ଦିରେ ଏମିତି ଅସହାୟ ଲୋକଙ୍କୁ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ପ୍ରବଳ ଶୀତ ପଡୁଛି। ଅନେକ ଅସହାୟ ବ୍ୟକ୍ତି ଖୋଲା ଆକାଶ ତଳେ ରାତି କାଟୁଥିବା ଦେଖିବାକୁ ମିଳୁଛି। ତେଣୁ ଏହିପରି ନିରାଶ୍ରୟ, ଅସହାୟ ଓ ଭିକ୍ଷୁକ ମାନଙ୍କର କଲ୍ୟାଣ, ସୁରକ୍ଷା, ଉଦ୍ଧାର ଏବଂ ପୁନର୍ବାସ ସମ୍ପର୍କିତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଏସ୍ପି ପ୍ରତୀକ୍ ସିଂ। ବିଭିନ୍ନ ଥାନାଧିକାରୀ ଜିଲ୍ଲା ସ।ମଜିକ ସୁରକ୍ଷା ଅଧିକାରୀଙ୍କୁ ଏମାନଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେଇଥିଲେ। ତେବେ ଡିସେମ୍ବର ୧୫ରୁ ଜାନୁୟାରୀ ୧୫ ମାସକ ମଧ୍ୟରେ ଭିକ୍ଷାବୃତ୍ତି କରୁଥିବା ୧୫ ଜଣ ଅସହାୟଙ୍କୁ ଉଦ୍ଧାର କରାଯାଇଛି। ଓଡ଼ିଶା ପତିତ ଉଦ୍ଧାର ସମିତି (ଓପିୟୁଏସ୍) ସହାୟତାରେ ଏମାନଙ୍କୁ ଉଦ୍ଧାର କରାଯାଇ ସର୍ବୋଦୟନଗରସ୍ଥିତ ଆଶ୍ରୟସ୍ଥଳରେ ରଖାଯାଇଛି। ତେବେ ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ଏସ୍ପି ପୁରୀ ଶ୍ରୀ ସିଂ କହିଛନ୍ତି।
