ମକର ସଂକ୍ରାନ୍ତି ଉପଲକ୍ଷେ ତେଲଗୁ କମ୍ୟୁନିଟି ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ

ମକର ସଂକ୍ରାନ୍ତି ଉପଲକ୍ଷେ ତେଲଗୁ କମ୍ୟୁନିଟି ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଆଜି ଜଗନ୍ନାଥ କ୍ରିକେଟ ଷ୍ଟଡିଅମ ପରିସରରେ ଅନୁଷ୍ଠିତ ହୋଇଯାଇଛି l ପୁରୀ ସାଂସଦ ଡ଼ଃ ସମ୍ବିତ ପାତ୍ର ଏହି ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହି ଫାଇନାଲ ମ୍ୟାଚ କୁ ଉଦଘାଟନ କରିଥିଲେ l ୧୨ଓଭର ବିଶିଷ୍ଟ ଏହି ଫାଇନାଲ ମ୍ୟାଚଟି ତେଲୁଗୁ ୱାରୀୟର ଓ ନୁଆସାହିର 7thଷ୍ଟାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ତେଲୁଗୁ ୱାରିୟର ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତି ନେଇଥିଲେ l ନୁଆସାହି 7th ଷ୍ଟାର ପ୍ରଥମେ ବ୍ୟାଟିଂ କରି ୧୨ଓଭର ରେ ୧୪୭ରନ କରିଥିଲେ ଏହି ରନକୁ ପିଛା କରି ତେଲୁଗୁ ୱାରିୟର ୧୦୩ରନ ରେ ଅଲ ଆଉଟ ହୋଇଯାଇଥିଲେ l ନାଗେଶ ରାଓ ଦମଦାର ବ୍ୟାଟିଂ ପ୍ରଦଶ୍ରନ କରି ୧୦ଟି ବଳରୁ ୩୮ରନ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଥିବାବେଳେ ଶିବପ୍ରସାଦ ଦାସ ତିନୋଟି ମ୍ୟାଚରେ ବୋଲିଂ ଓ ବ୍ୟାଟିଂ ରେ ଭଲ ପ୍ରଦଶ୍ରନ କରି ମ୍ୟାନ ଅଫ ଦି ସିରିଜ ହୋଇଥିଲେ l ବିଜେତା ଟିମ କୁ ୧୦ହଜାର ଟଙ୍କା ନଗଦ ଅର୍ଥ ରାଶି ଓ ରନର୍ସଅଫ ଟିମ କୁ ୫ହଜାର ଟଙ୍କା ଅର୍ଥ ରାଶି ବ୍ରହ୍ମଗିରିର ପୂର୍ବତନ ବିଧାୟକ ଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା l ଏହି ଟୁର୍ନାମେଣ୍ଟରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଙ୍କ ସମେତ ତେଲୁଗୁ କମିଟି ସମସ୍ତ ମେମ୍ବର ସହଯୋଗ ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *