ଚନ୍ଦ୍ରଭାଗା ମାଘ ମେଳା ନିମନ୍ତେ ସମନ୍ବୟ ବୈଠକ

କୋଣାର୍କ : ଆସନ୍ତା ଜାନୁୟାରୀ ୨୫ ତାରିଖରେ ଚନ୍ଦ୍ରଭାଗା ତୀର୍ଥରେ ଅନୁଷ୍ଠିତ ହେବ ପବିତ୍ର ମାଘ ସପ୍ତମୀ ଚୂଡ଼ା । ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ଅପରାହ୍ନରେ ଯାତ୍ରୀନିବାସରେ ୨ୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଏଥିରେ ଅଧ୍ୟକ୍ଷତା କରିବା ସହ ଚନ୍ଦ୍ରଭାଗା ମାଘ ସପ୍ତମୀ ଦୂତ ବା ମେଳା ଆଧ୍ୟାତ୍ମିକତା ଓ ପୌରାଣିକ କୋଣରୁ ଏହାକୁ ଶୃଙ୍ଖଳିତ ଓ ସୁଚାରୁ ରୂପେପରିଚାଳନା ପାଇଁ ସମସ୍ତ ବିଭାଗକୁ ଉତରଦାୟୀ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ କାକଟପୁର ବିଧାୟକ ତୁଷାରକାନ୍ତ ବେହେରା ଚନ୍ଦ୍ରଭାଗା ମେଳାକୁ ସରସ ସୁନ୍ଦର କରିବା ପାଇଁ ବିବିଧ ପରାମର୍ଶ ମାନ ଦେଇଥିଲେ । ବୈଠକରେ ମୁଖ୍ୟ ଉନ୍ନୟନ ଅଧୁକାରୀ ପ୍ରିୟ ରଞ୍ଜନ ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ ନୀଳମାଧବ ଭୋଇ, ଶରତ ଚନ୍ଦ୍ର ବେହେରା , ଉପ ଜିଲ୍ଲାପାଳ ରାଜକିଶୋର ଜେନା, ଏସପି ପ୍ରତୀକ ସିଂ, କୋଣାର୍କ ଏନଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ଅତିରିକ୍ତ ଏସପି ସଚିନ ପଟେଲ ପ୍ରମୁଖ ଯୋଗ ଦେଇଥିଲେ । ଚଳିତ ବର୍ଷ ଚନ୍ଦ୍ରଭାଗା ତୀର୍ଥରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗା ମେଳା ପଡ଼ିଆରେ ପାନୀୟ ଜଳ ଯୋଗାଣ ନିମନ୍ତେ ୬୦ଟି ଷ୍ଟାଣ୍ଡ ପୋଷ୍ଟ, ୪ଟି ପାଣି ଟ୍ୟାଙ୍କର, ୧୬୦ ଅସ୍ଥାୟୀ ଶୈଚାଳୟ, ତୀର୍ଥ ପୁଷ୍କରିଣୀ ଜଳ ନିଷ୍କାସନ ଓ ବିଶୋଧନ, ଟ୍ରାଫିକ ବ୍ୟବସ୍ଥା, ଚନ୍ଦ୍ରଭାଗା, ରାମଚଣ୍ଡୀ ଓ କୋଣାର୍କ ଦସଷ୍ଟାଣ୍ଡରେ ଅସ୍ଥାୟୀ ସ୍ୱସ୍ଥା ଶିବିର, ମାଘ ଷଷ୍ଟି ଓ ସପ୍ତମୀ ଦୁଇଦିନ ପରିମଳ, ଯାନବାହାନ ପାର୍କି”, ଆଲୋକ ବ୍ୟବସ୍ତା, ସୂଚନା ପ୍ରସାରଣ, ହଜିବା ଖେଳିବା କେନ୍ଦ୍ର ବ୍ୟବସ୍ଥା, ଯାନବାହାନ ନିୟନ୍ତ୍ରଣ ଆଦି ବ୍ୟବସ୍ଥାକୁ ସୂଚାରୁରୂପେ ସମ୍ପାଦନ କରିବା ପାଇଁ ବିଭାଗୀୟ ଅକାରୀମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ଜାନୁଯାରା ୨୪ ଓ ୨୫ତାରିଖ ଏହି ଦୁଇ ଦିନ ସୂର୍ଯ୍ୟମନ୍ଦିର ପ୍ରଦେଶ ଶୁକ୍ଳ ଛାଡ଼ କରାଯିବା ର ବ୍ୟବସ୍ଥା କରାଯିବ ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଗୋପ ବିଡ଼ିଓ ଛବିରାଣୀ ସାହୁ, ଅସ୍ତରଙ୍ଗ ବିଡ଼ିଓ ସସ୍ମିତା ବେହେରା, କାକଟପୁର ବିଡିଓ ନାରାୟଣ ଦିକ୍ଷୀତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଉପ ନିର୍ଦେଶକ ସନ୍ତୋଷ କୁମାର ସେଠୀ, ଗୋପ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ, କାକଟପୁର ତହସିଲଦାର ଅଙ୍କିତା ଅନନ୍ଦିତା, ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ, ଜିଲ୍ଲା ସଂସ୍କୃତି ଅଧୁକାର ଧୂକାରୀ ହେମନ୍ତ ବେହେରା, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ଜେନା, ଠାକୁରଙ୍କ ବ୍ୟବସ୍ଥା ସସହ ସମ୍ପୃକ୍ତ ସେବାୟତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କୋଣାର୍କର ଗଣମାଧ୍ୟମ ପ୍ରତିନିଧ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *