ବେଲ ବିହାରୀ ମହାପୁରୁଷ ପୀଠ ସ୍ଥଳୀରେ ମକର ଉତ୍ସବ:

ରଘୁନାଥପୁର:-ତା ୧୫/୦୧ ରିଖ:-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଜଗନ୍ନାଥ ପୁର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କନ୍ଦରାପଟି ଗ୍ରାମ ବେଲ ବିହାରୀ ମହାପୁରୁଷ ପୀଠ ସ୍ଥଳୀ ରେ ବୁଧବାର ରେ ମହାଆଡମ୍ବର ପୂର୍ଣ୍ଣ ଭାବରେ ମକର ଉତ୍ସବ ଗ୍ରାମବାସୀ ଙ୍କ ସହଯୋଗ ରେ ପାଳନ କରାଯାଇଥିଲା। ଏଠାରେ ପ୍ରକାଶ ଥାଉ କି ପ୍ରତ୍ୟୁଷରୁ ସୂର୍ଯ୍ୟ ପୂଜା, ମହାପୁରୁଷଙ୍କ ପୀଠରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରାଯାଇଥିଲା। ଓଡ଼ିଶା ଶ୍ରୀମଦ୍ ଗୀତା ବିଦ୍ୟାଳୟ ଖୋର୍ଦ୍ଧା ରୁ ଆଗତ ପ୍ରବକ୍ତା ଓ ପ୍ରବଚକ ମାନେ ଶ୍ରୀମଦ୍ ଭଗବତ ଗୀତା ସମ୍ପର୍କରେ ଭକ୍ତ ମାନଙ୍କ ମଧ୍ୟରେ ଅମୃତ ବାଣୀ ମାନ ଆଲୋକ ପାତ କରିଥିଲେ। ତତ୍ ସହିତ ହଜାର ରୁ ଅଧିକ ଭଗବତ୍ ଗୀତା ପୁସ୍ତକ ବଣ୍ଟା ଯାଇଥିଲା। ଏହା ସହିତ ବେଲ ବିହାରୀ ମହାପୁରୁଷ ଙ୍କ ମକର ଉତ୍ସବ କମିଟି ମାଧ୍ୟମରେ ଉକ୍ତ ବ୍ଲକ୍ ଅଧିନସ୍ଥ ଦେବ ମନ୍ଦିର ପୂଜକ, ଶିକ୍ଷାବିତ ଏବଂ ସମାଜସେବୀ ମାନଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଏବଂ ଗୀତା ବହି ସମୁଦାୟ ୫୦ ଜଣ ଅତିଥି ମାନଙ୍କୁ ସମ୍ମାନୀତ କରାଯାଇଥିଲା।

ଉକ୍ତ ପୀଠରେ ନାମ ସଂକୀର୍ତ୍ତନ ସହିତ ଗୀତା ପାଠ ଓ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏଠାରେ ସୂଚନା ଥାଉ କି ମୁଖ୍ୟ ପୂଜକ ଚନ୍ଦ୍ରକାନ୍ତ ପଣ୍ଡା,ଆବାହକ ହିମାଂଶୁ ଶେଖର ମହାପାତ୍ର ପୂଜା ଯଜ୍ଞ ଆଦି କାର୍ଯ୍ୟ କରିଥିବାବେଳେ ଶ୍ରୀ ବାବନ ଚରଣ ନାୟକ ଏବଂ ଅନୁଷ୍ଠାନ ର ଆବାହକ ଶ୍ରୀ ଶ୍ୟାମସୁନ୍ଦର ନାୟକ ଯୋଗଦେଇଥିବା ବେଳେ ମକର ଉତ୍ସବ ର ସଭାପତି ଅଭୟ କୁମାର ସ୍ବାଇଁ ସମସ୍ତ ପ୍ରକାରର ଦାୟିତ୍ଵ ସହକାରେ କାର୍ଯ୍ୟ କରିଥିଲେ। ଉତ୍ସବ କମିଟିର ସଦସ୍ୟ ମାନେ ଉକ୍ତ କାର୍ଯ୍ୟରେ ନିୟୋଜିତ ରହିଥିଲେ। ପ୍ରାରମ୍ଭିକ ସୂଚନା କ୍ରମରେ ସଂଗ୍ରାମ କେଶରୀ ନାୟକ ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷାବିତ ରାଜେନ୍ଦ୍ର ନାଥ ନାୟକ ପୌରହିତ୍ୟ କରିଥିଲେ। ସର୍ବ ଶେଷରେ ନିହାର ରଞ୍ଜନ ରାଉତରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *