ଅଯୋଧ୍ୟା ଯିବ ସ୍ବର୍ଣ୍ଣର ଧନୁ

ଅଯୋଧ୍ୟା ଯିବ ସ୍ବର୍ଣ୍ଣର ଧନୁ। ଆସନ୍ତା ୧୮ ତାରିଖ ସନ୍ଧ୍ୟାରେ ପୁରୀରେ ପହଞ୍ଚିବ ସ୍ବର୍ଣ୍ଣ ରେ ନିର୍ମିତ ଧନୁ। ୧୮ ତାରିଖ ସନ୍ଧ୍ୟାରେ ଏହି ସ୍ବର୍ଣ୍ଣ ଧନୁ ପୁରୀ ଉତ୍ତରପାର୍ଶ୍ଵ ମଠରେ ପହଞ୍ଚିବା ପରେ ପରଦିନ ଅର୍ଥାତ ୧୯ ତାରିଖରେ ଏହା ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ପରିକ୍ରମା କରି ବିରାଟ ଶୋଭାଯାତ୍ରାରେ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବ। ଏଥିରେ ସେବାୟତ, ମଠାଧୀଶ, ସାଧୁ ସନ୍ଥ ଏବଂ ଭକ୍ତମାନେ ଯୋଗଦେବା ପାଇଁ ଶ୍ରୀମନ୍ଦିର ସେବାୟତ ସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିବେଦନ କରାଯାଇଛି।ରାଉଲକେଲା ସନାତନ ଜାଗରଣ ମଞ୍ଚ ପକ୍ଷରୁ ନିର୍ମାଣ ହୋଇଥିବା ଏହି ସ୍ବର୍ଣ୍ଣର ଧନୁ ୩୦ ଟି ଜିଲ୍ଲା ଭ୍ରମଣ କରିଥିବାବେଳେ ୧୮ ତାରିଖରେ ପୁରୀରେ ଆସି ପହଞ୍ଚିବ। ସ୍ବର୍ଣ୍ଣରେ ନିର୍ମିତ ଏହି ଧନୁର ଓଜନ ୨୮୦ କିଲୋ ଏବଂ ଏହା ସୁନା, ରୂପା, ତମ୍ବା, ଲୁହା ଏବଂ ଜିଙ୍କ ରେ ନିର୍ମାଣ କରାଯାଇଛିବୋଲି ପୁରୀ ଉତ୍ତର ପାର୍ଶ୍ଵ ମଠରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି |

Leave a Reply

Your email address will not be published. Required fields are marked *