ମହାପୁରୁଷ ବନମାଳୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗଦେଲେ ବିଧାୟକ.

ବିଭିନ୍ନ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ ସହ ମହାପୁରୁଷ ବନମାଳୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗଦେଲେ ବିଧାୟକ.ବଡ଼ଚଣା: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଶାଳପଡା ପଞ୍ଚାୟତ ଅନ୍ତର୍ଗତ ଏଣ୍ଡରପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ,ଶାଳପଡ଼ା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଶିଳାନ୍ୟାସ,ଏବଂ ଶାଳପଡ଼ା ପଞ୍ଚାୟତର ଜନସାଧାରଣ ମାନଙ୍କ ପାଇଁ ସୁବିଧା କେନ୍ଦ୍ର ନୂତନ ଗୃହ ଉଦଘାଟନ ଓ ମହାପୁରୁଷ ବନମାଳୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସାଇଲିପଡ଼ା ନୂତନ ଶ୍ରେଣୀ ଗୃହ ଉଦଘାଟନ ବଡ଼ଚଣା ବିଧାୟକ ଅମର କୁମାର ନାୟକଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି। ତାହା ସହିତ ମହାପୁରୁଷ ବନମାଳୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଧାୟକ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ୟସରେ ବହୁ ମୂଲ୍ୟ ବକ୍ତବ୍ୟ ରଖିଥିଲେ.ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତି ଉପାଧ୍ୟକ୍ଷ ବିଭାଷ ଚନ୍ଦ୍ର ନନ୍ଦ,ଜିଲ୍ଲା ପରିଷଦ ସଭ୍ୟ ଯଚିନ୍ଦ୍ର ପ୍ରସାଦ ନାୟକ,ବିଡ଼ିଓ ରବୀନ୍ଦ୍ର କୁମାର ପ୍ରଧାନ,ଶାଳପଡ଼ା ସରପଞ୍ଚ ନମିତା ରାଉତ ସମିତି ସଭ୍ୟା ରିତାଞ୍ଜଳୀ ମହାନ୍ତି ପଞ୍ଚାୟତ ସଭାପତି କ୍ଷମାନିଧି ସାହୁ,ଯୁବ ସଭାପତି ସବ୍ୟସାଚୀ ମହାନ୍ତି, ସମାଜସେବୀ ମହେନ୍ଦ୍ର କୁମାର ରାଉତ, ସୁକାନ୍ତ କୁମାର ମହାରଣା,ଅଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା,ସମସ୍ତ ଛାତ୍ର ଛାତ୍ରୀ ଓ ବହୁ ଜନ ସାଧାରଣ ମାନେ ଉପସ୍ଥିତ ଥିଲେ।ପରେ ପରେ ବିଗତ ପରୀକ୍ଷାରେ ବିଦ୍ୟାଳୟ ପକ୍ଷରୁ ଅଧିକ ନମ୍ବର ରଖି ପାସ୍ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଏଥିରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *