ସ୍ବେଦେଶୀ ସଂକଳ୍ପ ଗଣ ଦୌଡ କାର୍ଯ୍ଯକ୍ରମ

ଖଣ୍ଡପଡ଼ା – ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଠାରେ ଓଡିଶା ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରିବାର ଲକ୍ଷ୍ଯ ନେଇ ଏକ ସଂକଳ୍ପ ଦୌଡ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏ ପରିପ୍ରେକ୍ଷୀରେ ସ୍ୱଦେଶୀ ସଂକଳ୍ପ ଦୌଡ଼ ସଚେତନ ରଥ ଖଣ୍ଡପଡା ସହର ପରିକ୍ରମା କରିବା ଅବସରରେ ସ୍ଥାନୀୟ ରଥଗଡା ଛକ ଠାରେ ସହରବାସୀ ରଥକୁ ସ୍ବାଗତ କରିଥିଲେ।ସମାଜସେବୀ ଜିତେନ୍ଦ୍ର କୁମାର କାଟିଆ,ପରମେଶ୍ବର ମହାନ୍ତି ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ପରାଶର ମିଶ୍ରଙ୍କ ସମେତ ଅନେକ ବୁଦ୍ଧିଜୀବି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ସ୍ଵଦେଶୀ ଦ୍ରବ୍ୟକୁ ବହୁଳ ମାତ୍ରାରେ ବ୍ୟବହାର କରିବା,ବିଦେଶୀ ଦ୍ରବ୍ଯକୁ ପୁରା ବର୍ଜନ କରିବା ସଂର୍ପକରେ ସହରବାସୀଙ୍କୁ ସଚେତନ କରାଯାଇଥିଲା।ହୃଷୀକେଶ ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହି ସ୍ବେଦେଶୀ ଦ୍ରବ୍ଯର ବ୍ୟବହାର ନେଇ ସଂକଳ୍ପ ନେଇଥିଲେ।

Leave a Reply

Your email address will not be published. Required fields are marked *