ସାଇଲୋ ଧାନ ମଣ୍ଡି ଉଦଘାଟନ*
ରାହାମା : ପୂଜାର୍ଚ୍ଚନା ପରେ ଚଳିତ ୨୦୨୫-୨୬ ଆର୍ଥିକ ବର୍ଷର ଧାନମଣ୍ଡି ଉଦଘାଟନ ହୋଇଯାଇଅଛି | ନିୟନ୍ତ୍ରିତ ବଜାର କମିଟି ରାହାମା କାର୍ଯ୍ୟାଳୟ ପରିସରରେ ପୂଜାର୍ଚ୍ଚନା କରାଯିବା ସହିତ ଅନୁଷ୍ଠାନିକ ଭାବେ ସାଇଲୋ ସେବା ସମବାୟ ସମିତି ପକ୍ଷରୁ ଧାନ ମଣ୍ଡି କୁ ଉଦଘାଟନ କରାଯାଇଥିଲା|ଏହି ଅବସରରେ ସାଇଲୋ ସେବା ସମବାୟ ସମିତିର ସଭାପତି ପ୍ରଦୀପ କୁମାର ବେଉରା, ସମ୍ପାଦକ ସଚ୍ଚିଦାନନ୍ଦ ବୈଶାଖ, ନିୟନ୍ତ୍ରିତ ବଜାର କମିଟି, ରାହାମା ର ସମ୍ପାଦକ ବିଶ୍ୱନାଥ ମହାନ୍ତି, ସଂଗ୍ରାମ ରାଉତ, ଶୁଭପ୍ରସାଦ ବିଶ୍ୱାଳ, ବରୁଣ କୁମାର ସ୍ୱାଇଁ, ସ୍ମାରକ ରଞ୍ଜନ ମହାନ୍ତି ପ୍ରମୁଖ ଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ପରେ ଚାଷୀ ତ୍ରିଲୋଚନ ସ୍ୱାଇଁ ଙ୍କ ଧାନ ସଂଗ୍ରହ କରାଯାଇଥିଲା | ସରକାରୀ ନିର୍ଦେଶ ଅନୁଯାଇ ଧାନର ମାନ ପରୀକ୍ଷା କରାଯାଇ ଧାନ ସଂଗ୍ରହ କରାଯିବା ନେଇ ସେବା ସମବାୟ ସମିତି ର ସଭାପତି ସୂଚନା ପ୍ରଦାନ କରିଛନ୍ତି |
