ଗଡ଼ଚଣ୍ଡୀ ପୀଠରେ ପଞ୍ଚମୁଖୀ ବଜରଙ୍ଗୀ ମହାସଂଘର ସଫେଇ କାର୍ଯ୍ୟ
ଗଡ଼ଚଣ୍ଡୀ ପୀଠରେ ପଞ୍ଚମୁଖୀ ବଜରଙ୍ଗୀ ମହାସଂଘର ସଫେଇ କାର୍ଯ୍ୟ
ଆନନ୍ଦପୁର ଅନ୍ତର୍ଗତ ହାଟଡ଼ିହୀ ବ୍ଲକ ସୁନ୍ଦରାପାଳ ସ୍ଥିତ ମା’ ଗଡ଼ଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ପବିତ୍ର ମକର ମେଳା ଉପଲକ୍ଷେ
ସର୍ବ ଭାରତୀୟ ପଞ୍ଚମୁଖୀ ବଜରଙ୍ଗୀ ମହାସଂଘ ତରଫରୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ପ୍ରକାରର ସେବା ଯୋଗାଇ ଦିଆଯାଇଛି l ମହାସଂଘର ସଭାପତି ପ୍ରତାପ ଚନ୍ଦ୍ର ଖଣ୍ଡେଇ ଓ ସମ୍ପାଦକ କ୍ରୀଷ୍ଣା ପାତ୍ରଙ୍କ ନେତୃତ୍ୱରେ ଶତାଧିକ ପଞ୍ଚମୁଖୀ ବଜାରଙ୍ଗୀ ସଦସ୍ୟମାନେ ମନ୍ଦିର ପ୍ରାଙ୍ଗଣ ଓ ପରିସରକୁ ସଫାସୁତୁରା କରିବା ଠାରୁ ଆରମ୍ଭ କରି ମାଗଣା ପ୍ରସାଦ ବଣ୍ଟନ, ଚପଲ ସେବା ଆଦି ଯୋଗାଇ ଦେଇଥିଲେ l ଏପରିକି ମେଳାର ଅନ୍ତିମ ଦିନ ତଥା ଶନିବାର ପୂର୍ବାହ୍ନରେ ମନ୍ଦିର ପରିସରକୁ ସଫାସୁତୁରା କରିଥିଲେ l ମକର ମେଳା ଉପଲକ୍ଷେ ୩ଦିନ ଧରି ପୂଜାର୍ଚ୍ଚନା ସହ ମକର ମେଳା ପାଇଁ ପ୍ରାୟ ୩୦ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥିଲା l ବିଭିନ୍ନ ପ୍ରକାରର ଦୋକାନ ବଜାର ସାଙ୍ଗକୁ ମିନବଜାରରେ ଜମିଥିଲା ଲୋକଙ୍କ ଭିଡ଼ l ବଣଭୋଜି ଋତୁ ଆରମ୍ଭରୁ ଏଠାକାର ବଣପାହାଡ଼ ପରିବେଶରେ ଭୋଜିଭାତ ନେଇ ପ୍ରତିଦିନ ଶତାଧିକ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଛି l ହଜାର ହଜାର ଲୋକଙ୍କ ସମାଗମ ହେତୁ ଚତୁଃପାର୍ଶ୍ଵରେ କୁଢ଼ କୁଢ଼ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଥିଲା l ପରିଷ୍କାର ପରିଚ୍ଛନ୍ନ ହିଁ ମନରେ ଶାନ୍ତି, ଚଞ୍ଚଳତା ସୃଷ୍ଟି କରିଥାଏ ବୋଲି ପଞ୍ଚମୁଖୀ ବଜରଙ୍ଗୀ ମହାସଂଘ ପକ୍ଷରୁ ମନ୍ଦିର ପ୍ରାଙ୍ଗଣ ସହ ଚତୁଃପାର୍ଶ୍ଵ ସ୍ଥାନରେ ପଡ଼ିଥିବା କୁଢ଼ କୁଢ଼ ଅଳିଆ ଆବର୍ଜନା ସଫାସୁତୁରା କରାଯାଇଛି l ଏହି ସେବାକାର୍ଯ୍ୟରେ ଅବିନାଶ ଦେହୁରୀ, ବଳରାମ ପାତ୍ର, ବାବା ନାଏକ, ଅନାଥ ଦେହୁରୀ, ଶରତ ପଲେଇ, ପ୍ରଭାତ ପାତ୍ର, ସନ୍ତୋଷ ପାତ୍ର, ଲକ୍ଷ୍ମୀକାନ୍ତ ମାଝୀ, ମୁନ୍ନା ମୁଣ୍ଡା, ମିଲୁ ମୁଣ୍ଡା, ପ୍ରଶାନ୍ତ ମୁଣ୍ଡା, ମକୁନ୍ଦ ମୁଣ୍ଡା, ଚିନ୍ମୟ ଖଣ୍ଡେଇ, ନନ୍ଦକିଶୋର ମୁଣ୍ଡା, ରମେଶ ମୁଣ୍ଡା, ପିତାମ୍ବର ମୁଣ୍ଡା, ଟୁକୁନା ହୋ, ଗଣେଶ ମୁଣ୍ଡା, ପପୁ ପଢ଼ିଆରୀ, ନାଣ୍ଡୁ ହାଁସଦା, ନନନ୍ ମୁଣ୍ଡା, ଧର୍ମରାଜ ଦେହୁରୀ, ସୁବ୍ରତ ପାତ୍ର, ସୁନନ୍ଦ ହୋ ପ୍ରମୁଖଙ୍କ ସହ ଶହେରୁ ଉର୍ଦ୍ଧ୍ୱ ସଦସ୍ୟ ସାମିଲ ହୋଇଥିଲେ l ଆସନ୍ତା ଦିନରେ ଏହିପରି ସେବା ଯୋଗାଇବା କାର୍ଯ୍ୟ ଅବ୍ୟାହତ ଭାବେ ଜାରି ରହିବ ବୋଲି ସଭାପତି ପ୍ରତାପ ଖଣ୍ଡେଇ କହିଛନ୍ତି l
