ପ୍ରଭୁ ଗୋରେଖନାଥଙ୍କ ଅଗ୍ନି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ।
ରଘୁନାଥପୁର ତା୧୭/୧:- ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ କେରେକେରା ସ୍ଥିତ ପ୍ରସିଦ୍ଧ ବିଭୁତିକ୍ଷେତ୍ର ପ୍ରଭୁ ଗୋରେଖନାଥଙ୍କ ପିଠରେ ପାଳନହେଉଥିବା ବାର୍ଷିକ ପର୍ବପର୍ବାଣି ମଧ୍ୟରୁ ଅଗ୍ନି ଉତ୍ସବ ଅନ୍ୟତମ। ଆଗାମୀ ଫେବୃଆରୀ ୧ ତାରିଖ ରେ ପାଳନ ହେବାକୁଥିବା ଅଗ୍ନି ଉତ୍ସବ ଉପଲକ୍ଷେ ଶନିବାର ପିଠ ପରିଷରରେ ପ୍ରଶାସନ,ସ୍ଥାନୀୟ ଜନସାଧାରଣ,ପୂଜକ ଓ ସହଯୋଗ କରୁଥିବା ସଦସ୍ୟ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜଗତସିଂହପୁର ତହସିଲଦାର ଅଜୟ କୁମାର ମହାନ୍ତି,ରଘୁନାଥପୁର ତହସିଲଦାର ରାଜଲକ୍ଷ୍ମୀ ନାୟକ,ରଘୁନାଥପୁର ବିଡ଼ିଓ ବିରଞ୍ଚି ନାରାୟଣ ବେହେରା,ତିର୍ତୋଲ ବିଦ୍ୟୁତ ବିଭାଗ ଏସଡିଓ ସ୍କୁତିରଂଜନ ସାହୁ,ଯନ୍ତ୍ରୀ ବିନୋଦ ନାୟକ,ରଘୁନାଥପୁର ଜଳଯୋଗାଣ ଯନ୍ତ୍ରୀ ମନୋରଂଜନ ଦେହୁରୀ,ଉମାଶଙ୍କର ମୁଦୁଲି,ଜଇପୂର ପ୍ରାଥମିକ ସିକିତ୍ସାକେନ୍ଦ୍ରର ଡାକ୍ତର ବିଶ୍ବକେସନ ଖୁଣ୍ଟିଆ,ତିର୍ତୋଲ ଆଇଆଇସି ପ୍ରଦିପ୍ତ କୁମାର ସେଠି,ମେମ୍ବର ପ୍ରମୋଦ କୁମାର ମହାନ୍ତି,ସୁଶାନ୍ତ କୁମାର ଦାଶ,ସୁରେନ୍ଦ୍ର କୁମାର ସ୍ବାଇଁ,ରମେଶ ଚନ୍ଦ୍ର ମହାନ୍ତି,ବିଜୟ କୁମାର ସ୍ବାଇଁ,ପୂଜକ ଦିଲିପ କୁମାର ପଣ୍ଡା,ରମେଶ ଚନ୍ଦ୍ର ପଣ୍ଡା,ଗୋଲେଖ ବିହାରୀ ଦାଶ,ଜ୍ଞାନରଂଜନ ଦାଶ,ନିରଞ୍ଜନ ଦାଶ ଙ୍କ ଉପସ୍ଥିତ ରେ ଅଗ୍ନିଉତ୍ସବରେ ୩୦ ହାଜର ରୁ ଉର୍ଦ୍ଧ ଭକ୍ତମାନଙ୍କ ପାଇଁ ପିଠପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା,ପାନୀୟ ଜଳ ଓ ପରିମଳ,ପ୍ରାଥମିକ ଚିକିତ୍ସା,ବିଦ୍ୟୁତ ଓ ଆଇନସୣଙ୍ଖଳା ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା କରାଯାଇ ସମସ୍ତଙ୍କୁ ବିଭାଗ ବଣ୍ଟାଯାଇଥିଲା। ଏଥିରେ ଏଣ୍ଡାମେଣ୍ଟ କାର୍ଯ୍ୟାଳୟ ପକ୍ଷରୁ ନିର୍ବାହୀ ଅଧିକାରୀ ସୈଯ୍ୟରଂଜନ ପରିଜା,ହିସାବ ରକ୍ଷକ ସରୋଜ କାନ୍ତ ସାହାଣୀ,ପ୍ରାଣକୣଷ୍ଣ ବାରିକ,ସ୍ଥାନୀୟ ସେଛାସେବୀ ଅନୁଷ୍ଠାନ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିବେ ବୋଲି ମତରଖିଥିଲେ
