ଗୋ ମାଫିଆ ଘରେ କେଉଁଝର ଓ ଯାଜପୁର ସଦର ପୋଲିସ ପକ୍ଷରୁ ଚଢାଉ

ଗୋ ମାଫିଆ ଘରେ କେଉଁଝର ଓ ଯାଜପୁର ସଦର ପୋଲିସ ପକ୍ଷରୁ ଚଢାଉ ।।ଆଜି ସମଗ୍ର ରାଜ୍ୟରେ ପ୍ରାୟ ୪୬ ଟି ଗୋ ମାଫିଆଙ୍କ ଘରେ ଚଢ଼ାଉ ଜାରି ରହିଥିବା ବେଳେ ଯାଜପୁର ସଦର ଥାନା ଅନ୍ତର୍ଗତ ଜମଧର ପଞ୍ଚାୟତ ପାଣ୍ଡିଆ ଗୋପୀନାଥ ପୁର ଗ୍ରାମର ଶେଖ୍ ସରିଫ୍ ଘରେ ଚଢ଼ାଉ କରାଯାଇଛି ।ଆଜି ଭୋର ୪ ଟା ସମୟରେ କେଉଁଝର ସଦର ଥାନା ଅଧିକାରୀ ଅମିତ୍ କୁମାର ଭୂଇଁଆ, ଏସ୍ ଆଇ ସମ୍ପଦ କୁମାର ମହାନ୍ତି, ଏ ଏସ ଆଇ ଦିଲ୍ଲୀପ କୁମାର ମୁର୍ମୁ ୨ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଓ ଯାଜପୁର ସଦର ଥାନା ଅଧିକାରିଣୀ ଚିନ୍ମୟୀ ବେହେରା, ଏ ଏସ ଆଇ ରଞ୍ଜିତା ମହାରଣା, ଏ ଏସ ଆଇ ସୁଶାନ୍ତ କୁମାର ଦାଶ, ଏ ଏସ ଆଇ ସୁମନ୍ତ କୁମାର ସାମନ୍ତରାୟ ଙ୍କ ସହ ମିଳିତ ଭାବେ ସଦଳବଳେ ଗୋ ମାଫିଆ ଶେଖ୍ ସରିଫ୍ ଙ୍କ ୨ ଟି ରହିବା ଘର ଓ ଗୋଟିଏ ଗୋଦାମ ଘର ଉପରେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ଘରେ କୌଣସି ପୁରୁଷ ନଥିବା ଦେଖିବାକୁ ମିଳିଥିଲା। ଦୀର୍ଘ ୧୪ ଘଣ୍ଟା ଧରି ପୋଲିସ ପକ୍ଷରୁ ଚଢାଉ କରାଯାଇ ଥିଲା । ଚଢ଼ାଉ ସମୟରେ ଗୋ ମାଫିଆ ଘରୁ ନଗଦ ୧,୬୫,୦୦୦( ଏକ ଲକ୍ଷ ପଞ୍ଚଷଠି ହଜାର ) ଟଙ୍କା ସହ ୩୫ ଗ୍ରାମ ସୁନା ଗହଣା,୫୨୦ ଗ୍ରାମ ରୂପା ଗହଣା,୧୩ ଗୋଟି ମୋବାଇଲ ଫୋନ୍,୧୭ ଗୋଟି ମୂଲ୍ୟବାନ ଜମି ପଟ୍ଟା,ଗୋଟିଏ ଚାରି ଚକିଆ ଥର୍,ଗୋଟିଏ କ୍ରେଟା କାର୍,ଗୋଟିଏ ମାରୁତି ଡିଜେଆର୍, ଦୁଇଟି ବୁଲେଟ୍,ଗୋଟିଏ ସ୍କୁଟି ସହ ୧୦ କିଲୋରୁ ଉର୍ଦ୍ଧ ଗୋମାଂସ ,ବିଭିନ୍ନ ବ୍ୟାଙ୍କ ପାସ ବୁକ୍ ଜବତ ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *