ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ନୂଆଗାଁ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ -2025-26 ପାଳିତ
ବଡ଼ଚଣା: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବଡଘୁମୁରି ପଞ୍ଚାୟତ ଅନ୍ତର୍ଗତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ନୂଆଗାଁ ର ସୁବର୍ଣ୍ଣ ଜୟନ୍ତୀ ସମାରହ 2025 – 26 ମହା ସମାରୋହରେ ପାଳିତ ହୋଇ ଯାଇଛି,ଏହି ସମାରୋହରେ କେଦାରନାଥ ଷଢଙ୍ଗୀ ଙ୍କ ଦ୍ଵାରା ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ କ୍ରୀଡ଼ା,ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ,ଓ ସମ୍ନାନିତ ଅତିଥିଭାବେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା,ବଡ଼ଚଣା ବିଧାୟକ ଅମର କୁମାର ନାୟକ,ଯାଜପୁର ଜିଲ୍ଲା ବିଜେପି ସଭାନେତ୍ରୀ ଦେବଯାନୀ ପ୍ରଧାନ,ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶୁଭଶ୍ରୀ ସାହୁ ପ୍ରମୁଖ ଯୋଗ ଦେଇ ପ୍ରଥମେ ପ୍ରଦୀପ ପ୍ରଜଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ଛାତ୍ର ଛାତ୍ରୀଙ୍କ ଉଦ୍ୟସରେ ଅତିଥି ମାନେ ବହୁ ମୂଲ୍ୟ ବକ୍ତବ୍ୟ ରଖିବା ସହ ପୂର୍ବତନ ଶିକ୍ଷକ,ଶିକ୍ଷୟତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ପରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା,ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସାହାଯ୍ୟ ସହୋଯୋଗ କରିଥିଲେ,ପରିଶେଷରେ ବିଦ୍ୟାଳୟର ସଭାପତି ସୁଧାଂଶୁ ଶେଖର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ.
