ସାଧାରଣତନ୍ତ୍ର ଦିବସ–୨୦୨୬ ଉପଲକ୍ଷେ ଭଦ୍ରକ ଜିଲ୍ଲା ସଂସ୍କୃତି ଭବନରେ କନିଷ୍ଠ ଓ ବରିଷ୍ଠ ବର୍ଗ ପାଇଁ ବକ୍ତୃତା ପ୍ରତିଯୋଗିତା
୧୬/୦୧/୨୦୨୬ ତାରିଖରୁ ଆରମ୍ଭ ହୋଇଯାଇଛି।ଭଦ୍ରକ ଜିଲ୍ଲା ପ୍ରଶାସନ ଓ ରୋଟାରୀ କ୍ଲବର ଅନୁକୂଳ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭଦ୍ରକ ପୌରପରିଷଦ ଓ ଜିଲ୍ଲାର ବିଭିନ୍ନ ବ୍ଲକରୁ ବହୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।ଓଡ଼ିଆ ବକ୍ତୃତା ପାଇଁ ଡା. ରାଧାରାଣୀ ମହାପାତ୍ର, ଡା. ପ୍ରଭାତ ନଳିନୀ ମହାପାତ୍ର ଓ ଡା. ପ୍ରଫୁଲ୍ଲ କୁମାର ସାହୁ ବିଚାରକ ଭାବେ ଯୋଗ ଦେଇଥିବା ବେଳେ ଇଂରାଜୀ ବକ୍ତୃତା ପାଇଁ ଡା. ଗୋଲକ ବିହାରୀ ସାହୁ, ଡା. ସମୀର କୁ ହୁଈ ଓ ହରମୋହନ କୁଆଁର ବିଚାରକ ଭାବେ ଉପସ୍ଥିତ ରହିଥିଲେ।ଏହି ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ରୋଟାରୀ କ୍ଲବ୍ ପକ୍ଷରୁ ପ୍ରଦତ୍ତ ପୁରସ୍କାର ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଦାନ କରାଯିବ।ଏହି ପ୍ରତିଯୋଗିତାର ସମାପନ ଅବସରରେ ରୋଟାରୀ କ୍ଲବର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ନାୟକ, ଉପାଧ୍ୟକ୍ଷ ଶ୍ରୀ ଅମ୍ବିକା ବଲ୍ଲଭ ସ୍ୱାଇଁ, ସମ୍ପାଦକ ଶ୍ରୀ ଭାସ୍କର ଚନ୍ଦ୍ର ପାଢ଼ୀଙ୍କ ସହିତ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହି ପ୍ରତିଯୋଗିତାକୁ ସଫଳ କରିଥିଲେ।
