କଂଗ୍ରେସରେ ସାମିଲ ହେଲେ ବିଜେପି

କଂଗ୍ରେସରେ ସାମିଲ ହେଲେ ବିଜେପି, ବିଜେଡି ନେତା ଫୁଲବାଣୀ ,କନ୍ଧମାଳରେ କଂଗ୍ରେସକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ରାଷ୍ଟ୍ରୀୟ କଂଗ୍ରେସ ମଜଦୁର ସଂଘର ଜିଲ୍ଲା ସଭାପତି ଶ୍ରୀ ଘନ କୁମାର ସବର ଏକ ମିଶ୍ରଣ ପର୍ବ ଆୟଜନ କରିଥିଲେ । ସାଧାରଣ ନିର୍ବାଚନ ପରେ ବିଜେପି, ବିଜେଡିରେ ଥିବା ସହ ସହ କର୍ମୀ ଏବେ କଂଗ୍ରେସର ମଙ୍ଗ ଧରିବାକୁ ଅଣ୍ଟା ଭିଡିଛନ୍ତି । ୬ ଗୋଟି ପଞ୍ଚାୟତ ବାଲାନ୍ଦାପଡା, ପକାରୀ ,କ୍ରାଣ୍ଡିବାଲି,କୁଏରମାଣ୍ଡୁ , ଲୁଇସିଂ, ପାଇରାଜୁର ଶହ ଶହ ବିଜେପି , ବିଜେଡି ନେତା ଓ କର୍ମୀ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜିଲ୍ଲା ସଭାପତି ଶ୍ରମିକ ନେତା ଶ୍ରୀ ଘନ କୁମାର ସବରଙ୍କ ନେତୃତ୍ୱରେ ଏବଂ ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ଅନାମ ନାୟକ , ପୂର୍ଵତନ ବିଧାୟକ ଶ୍ରୀ ଅଭିମନ୍ୟୁ ବେହେରା , ପୂର୍ଵତନ ଓବିସି ଜିଲ୍ଲା ସଭାପତି ସୂର୍ଯ୍ୟକାନ୍ତ ଦାସ, ବରିଷ୍ଠ କଂଗ୍ରେସ ନେତା ଭିକାରି ପାଣିଗ୍ରାହୀ , ସମ୍ମୁଖରେ କ୍ରାଣ୍ଡିବାଲି ଜିପିର ଲିଙ୍ଗରାଜ କହଁର , ପକାରୀ ଜିପିର ପୂର୍ବତନ ସରପଞ୍ଚ ମଙ୍ଗୁଲୁ କହଁର , ପାଇରାଜୁ ଜିପିର ବିଶେଶ୍ୱର କହଁର , ବାଲାନ୍ଦାପଡା ଜିପିର ଭୁବେନେଶ୍ୱର କହଁର, ଲୁଇସିଂ ଜିପିର ଦିବେଶ୍ଵର ମଲ୍ଲିକ ଓ ଜୟରାମ ମଲ୍ଲିକ , ଗବିନ୍ଦ ଦିଗାଲ , କୁଏର ମାଣ୍ଡୁ ଜିପିର ସୁକେଦେବ କହଁର ସହିତ ଶହ ଶହ ବିଜେପି , ବିଜେଡି ନେତା ଓ କର୍ମୀ କଂଗ୍ରେସରେ ସାମିଲି ହୋଇଥିଲେ । କଂଗ୍ରେସର ନିତି ଆଦର୍ଶ ଓ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ କୁ ପସନ୍ଦ କରି ଆମେ କଂଗ୍ରେସ ରେ ସାମିଲ ହେଲୁ ବୋଲି କହିଛନ୍ତି ଯୁବ ନେତା ଜୟରାମ ମଲ୍ଲିକ । ସେ ଆହୁରି ଵି କହିଛନ୍ତି ଦେଶରେ ରାହୁଲ ଗାନ୍ଧୀ ଜଣେ ଏମିତି ନେତା ଜେକି ଦଳିତ ଆଦିବାସୀ ମାନଙ୍କ ପାଇଁ ଓ ଦେଶ ପାଇଁ ଲଡ଼ୁଛନ୍ତି । ଆଗକୁ ଆମେ କଂଗ୍ରେସ ଦଳକୁ ଆଗକୁ ନେବା ସହିତ ଜିଲ୍ଲା କଂଗ୍ରେସର ବିଜୟ ବାନା ଉଡେଇବା କୁ ପ୍ରତିଶୃତି ନେଉଛୁ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *