ଶୀର୍ଷକ _ମୁଁ କିଏ


ରୀତାରାଣୀ ଦାଶ
ବାଲେଶ୍ୱର

ସ୍ୱପ୍ନର ମିଶ୍ରଣ ଆତ୍ମାରେ ଅନନ୍ୟ
ହୃଦୟ ଯାହା କହଇ
ସତ୍ୟ ଧର୍ମ ପଥେ ଆପ୍ରାଣ ଚେଷ୍ଟିତ
କର୍ତ୍ତବ୍ୟ ବୋଧ ଯେ ସେହି
ଅନନ୍ୟ ବୋଲି ଉଦ୍ଦିଷ୍ଟ,
ଭବିତବ୍ୟ ଯାହା ଜୀବନ ଦୌଡରେ
କରେ ନାହିଁ କୁଣ୍ଠାବୋଧ |
ପ୍ରତି ନିଃଶ୍ୱାସରେ ମୁକ୍ତ କାହାଣୀରେ
ଧରିବାକୁ ଏକ ପଥ
ବିକଶିତ ଗୁଣେ ସୁହାସ୍ୟ ବଦନେ
ଆତ୍ମା ଓ ହୃଦ ସହିତ |
ଦୁଃଖ, ଜ୍ୱାଳା ଓ ଯନ୍ତ୍ରଣା,
ହୃଦୟକୁ ଯାହା ଦହନ କରଇ
ସହିବାକୁ ହୁଏ ସିନା |
କିଏ ବା ପଚାରୁ ଅବା ନ ପଚାରୁ
ତିଳେ ଭୃକ୍ଷେପ ନ କରି
ଜନ୍ମଗତ ପ୍ରଭା ବିକଶିତ କରି
ଚଳିବା ମଣିଷ ପରି
ପ୍ରେମର ପ୍ରଦୀପ ଜାଳି,
ମଣିଷ ଜନମ ସାର୍ଥକତା ପାଇଁ
କର୍ତ୍ତବ୍ୟ ପଥରେ ଚଳି |
ତୁଳନା କଳ୍ପନା ଜଳ୍ପନା ଭାବନା
ରଖି ସଦା ଆୟତରେ
ବିରଳ ଉଜ୍ଜ୍ୱଳ ରତ୍ନ ମଣି ସ୍ୱୟଂ
ସାଜ ନାୟକ ଧରାରେ
ନିଜ କାହାଣୀ ବର୍ଣ୍ଣନ,
ନିଜ ଚିନ୍ତାଧାରା ହୃଦୟରେ ଭରା
ଆକୃତି ଶ୍ରେଷ୍ଠ ନିର୍ମାଣ |
ଆତ୍ମ ପରିଚୟ ଦେବାକୁ ହେବନି
“ମୁଁ କିଏ ” ଯେ ଶୁଣ ବାରେ
ନିଜ ଚରିତ୍ରର ଚିତ୍ରକର ନିଜେ
ଆଲୋକିତ ପଥ ଧାରେ
ଶକ୍ତିଶାଳୀ ସାହସିକ,
ପ୍ରତିଭା ରୂପରେ ଦଣ୍ଡାୟମାନ ଯେ
ଅନୁଭୂତିରେ ଅନେକ |
ଦୟା କ୍ଷମା ପ୍ରେମ ସହାନୁଭୂତିରେ
ବାଣ୍ଟିବା ପାଇଁ ଆନନ୍ଦ
ବର୍ଷ ବର୍ଷ ଧରି ଏହି କଳାକୃତି
ସମିଶ୍ରଣେ ନିଜ ପଦ
ସତ୍ୟ, ନ୍ୟାୟ ସହୃଦୟେ,
ଅନନ୍ୟ ପଥର ସ୍ରଷ୍ଟା ଏହି “ମୁଁ “
ଜୀବନେ ଯାଦୁ ପରାୟେ |

Leave a Reply

Your email address will not be published. Required fields are marked *