ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିବାର ଅବାଞ୍ଛିତ ଶୈଳୀକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ଆକ୍ସନ
ମହାପ୍ରଭୁ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିବାର ଅବାଞ୍ଛିତ ଶୈଳୀକୁ ନେଇ ପ୍ରସ୍ତୁତ ଚିତ୍ର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ଘଟଣାରେ ଶ୍ରୀମନ୍ଦିର ପ୍ରଶାସନର ଆକ୍ସନ। ସିଂହଦ୍ଵାର ସାଇବର୍ ଥାନାରେ ଏତଲା ଦେଲେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ।vishvrajcreation ନାମରେ ଜଣେ ବ୍ୟକ୍ତି AI ଦ୍ବାରା ମହାପ୍ରଭୁଙ୍କ ନୀତି ଓ ପରମ୍ପରାକୁ ବିକୃତ କରିବାରୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏତଲା ଦିଆଯାଇଛି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁଙ୍କ ବିଶାଳ ବିଗ୍ରହକୁ ରଖାଯିବା ସହ କ୍ରେନ୍ରେ କ୍ଷୀର ଢଳାଯାଉଛି,,,ଯାହା ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରାକୁ କଦର୍ଥ କରୁଛି।AI ଦ୍ୱାରା ପ୍ରସ୍ତୁତ ଫଟୋରେ ମହାପ୍ରଭୁଙ୍କ ପାଦ ବି ଦେଖିବାକୁ ମିଳୁଛି। ସୋସିଆଲ ମିଡିଆରେ ଏହି ଭିଡିଓ ଓ ଫଟୋ ଭାଇରାଲ୍ ପରେ ସବୁରି ମହଲରେ ଉଦବେଗ ପ୍ରକାଶ ପାଇଛି । ଜଗନ୍ନାଥ ସଂସ୍କୃତିରେ ମହାପ୍ରଭୁଙ୍କ ଉପରେ କ୍ରେନ୍ରେ ଦୁଗ୍ଧ ଢାଳିବା ଭଳି କୌଣସି ବିଧି ନ ଥିବାରୁ, ଏହା ଶ୍ରୀମନ୍ଦିରର ପରମ୍ପରା ସଂପର୍କରେ ଭ୍ରମ ସୃଷ୍ଟି କରୁଛି। ତେଣୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏତଲା ଦିଆଯାଇଛି। କେବଳ ଏତଲା ନୁହେଁ ବରଂ ସୋସିଆଲ ମିଡିଆରୁ ଏଭଳି ବିଭ୍ରାନ୍ତିକର ଫଟୋ ଓ ଭିଡିଓକୁ ହଟାଇବାକୁ ମଧ୍ୟ ଦାବି ହୋଇଛି।
