ପୁଣି ଇସ୍କନର ଅଦିନିଆ ରଥଯାତ୍ରା ଅନୁଷ୍ଠିତ l

ସୀମା ଟପିଛି ଇସ୍କନର ମନମାନୀ l ପୁଣି ଇସ୍କନର ଅଦିନିଆ ରଥଯାତ୍ରା ଅନୁଷ୍ଠିତ l ଗତ ୧୮ତାରିଖରେ Tumbleweed park 745 E Germann road ରେ ଅନୁଷ୍ଠିତ ହୋଇଅଛି ଅଦିନିଆ ରଥଯାତ୍ରା lଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ମାନୁନି ଇସ୍କନ । କୋଟି କୋଟି ଜଗନ୍ନାଥପ୍ରେମୀଙ୍କ କ୍ଷୋଭ । ଚାରିଆଡ଼ୁ ବଢୁଛି ବିରୋଧ l ବାରମ୍ବାର ବିରୋଧ ହେଲେ ବି ଇସ୍କନ ଉପରେ ପଡୁନି ପ୍ରଭାବ । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ଆଷାଢ଼ ଶୁକ୍ଳ ଦ୍ବିତୀୟାରେ ମହାପ୍ରଭୁ ଜନ୍ମବେଦିକୁ ଯାତ୍ରା କରିବାର ବିଧି ରହିଛି । ଏହି ତିଥିକୁ କୋଟି କୋଟି ଜଗନ୍ନାଥ ପ୍ରେମୀ ଚାହିଁ ବସିଥିବାବେଳେ ଇସ୍କନ ପାଇଁ କିନ୍ତୁ ଏହି ତିଥି ଅଲୋଡ଼ା ହୋଇଛି ।ଇସ୍କନର ଏଭଳି କାର୍ଯ୍ୟକୁ ନେଇ ପୂର୍ବରୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ଅସନ୍ତୋଷ ପ୍ରକାଶ କରି ଚିଠି ଲେଖିଛନ୍ତି । ଏପରି ନ କରିବାକୁ ଇସ୍କନ କର୍ତ୍ତୃପକ୍ଷକୁ ପୂର୍ବରୁ ଜଣାଇଛନ୍ତି । ତେବେ ଅଦିନିଆ ରଥଯାତ୍ରା କରି ଇସ୍କନ ଜଗନ୍ନାଥ ସଂସ୍କୃତି ଆଳରେ ବଡ ଆଘାତ ଦେଇଛି।

Leave a Reply

Your email address will not be published. Required fields are marked *