ନବରଙ୍ଗପୁର ଜିଲ୍ଲାସ୍ତରୀୟ ପ୍ରଥମ ପି ଏମ ଶ୍ରୀ ଉତ୍ସବ ୨୦୨୬ ଉଦଯାପିତ
ଅଦ୍ୟ ତା ୨୧.୦୧.୨୦୨୬ ରିଖ ବୁଧୁବାର ଦିନ ଦୀର୍ଘ ଦୁଇଦନ ଧରି ଜାରି ରହିଥିବା ନବରଙ୍ଗପୁର ଜିଲ୍ଲାସ୍ତରୀୟ ପ୍ରଥମ ପି ଏମ ଶ୍ରୀ ଉତ୍ସବ ୨୦୨୬ ଉଦଯାପିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ମହେଶ୍ୱର ସ୍ବାଇଁଙ୍କ ସଭାପତିତ୍ବରେ ଏହି ଉଦଯାପନୀ ସାମରହ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀ,ବରଣ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ, ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ କାର୍ଯ୍ୟ ନିର୍ବାହୀ ତଥା ଜିଲ୍ଲା ଉନ୍ନୟନ ଅଧିକାରୀ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଆବାହକ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ମହାଲିକ, ଶ୍ରୀମତୀ ସୁପ୍ରିୟା ନାୟକ, ଶ୍ରୀ ଶ୍ରୀକାନ୍ତ ଜାନି, ତେନ୍ତୁଳୀଖୁଣ୍ଟି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୁଦୀପ୍ତ ଦାଶ, ଡାବୁଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିତା ନେତମ, କୋଷଗୁମୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୌମେନ୍ଦ୍ର ଭୌମିକ ଏବଂ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ଚିତରଞ୍ଜନ ପଟ୍ଟନାୟକ ମଞ୍ଚାସିନ ରହିଥିଲେ । ମୁଖ୍ୟ ଅତିଥି ମାନ୍ୟବର ସାଂସଦ ନିଜ ଅଭିଭାଷଣ ରେ ବିକଶିତ ଭାରତ ପାଇଁ ଛାତ୍ରଛାତ୍ରୀଙ୍କ ଅବଦାନ ଅତୁଳନୀୟ ଏବଂ ଦେଶ ବିକାଶରେ ସମସ୍ତ ଛାତ୍ରଛାତ୍ରୀ ଚେଷ୍ଟିତ ରହିବା ପାଇଁ ପରାମର୍ଶ ଦେଇଥିଲେ ।

ନବରଙ୍ଗପୁର ଜିଲ୍ଲାପାଳ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ଭଲ ପାଠପଢି ନବରଙ୍ଗପୁର ଜିଲ୍ଲାକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଉପଦେଶ ପ୍ରଦାନ କରିଥିଲେ । ସମ୍ମାନୀୟ ଅତିଥି ଜିଲ୍ଲା ଉନ୍ନୟନ ଅଧିକାରୀ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ସକରାତ୍ମକ ଏବଂ ନୂତନ ଚିନ୍ତାଧାରାର ଅଭିବୃଦ୍ଧି ଦିଗରେ ଚେଷ୍ଟିତ ରହିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ଆଜିର ଉଦଯାପନୀ ସମାରୋହରେ ସାହିତ୍ୟ ସୃଜନୀ, ଜିଞାସା, କୌଶଳୀ, କ୍ରୀଡାଙ୍ଗନ, ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ, ଇକୋ କ୍ଲବ ପ୍ରଦର୍ଶନୀ, ଇନ୍ସପାଇରିଙ୍ଗ ଓଡିଶା 2036 ଏବଂ ନିପୁଣ ଓଡିଶା ପ୍ରକଳ୍ପରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ଏବଂ ଅନୁଷ୍ଠାନ ଗୁଡିକୁ ମାନପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା । ପରିଶେଷରେ କାର୍ଯ୍ୟକ୍ରମର ଆବାହକ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ । ଆଜିର କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଦାୟିତ୍ବ ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ବକୋଦାର ପ୍ରଧାନ ଶିକ୍ଷକ ଶ୍ରୀ ନରେଶ ନାୟକ ନିର୍ବାହ କରିଥିଲେ । ଏହି ପି ଏମ ଶ୍ରୀ ଉତ୍ସବ ୨୦୨୬ ରେ ନିୟୋଜିତ ଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସମ୍ପୂର୍ଣ ସଫଳ ହୋଇଥିଲା ।
