ୱାରିୟର୍ସ କପ କ୍ରିକେଟ ଫାଇନାଲରେ ବିରଗୋବିନ୍ଦପୁର ଚମ୍ପିଆନ
ଆନନ୍ଦପୁର ଆନନ୍ଦପୁର ବ୍ଲକ ଧକୋଠା ପଞ୍ଚାୟତ ବନ୍ଧ ଗ୍ରାମରେ ୬ ଦିନ ଧରି ଚାଲିଥିବା ୱାରୀଅର୍ସ କପ କ୍ରିକେଟ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ରେ ଗୋହିରା ଏକାଦଶ କୁ ହରାଇ ବିରଗୋବିନ୍ଦପୁର କ୍ଲବ ବିଜୟୀ ହୋଇଛି l ବିରଗୋବିନ୍ଦପୁର ଟସଜିଣି ନିର୍ଦ୍ଧାରିତ ୧୦ ଓଭର ରେ ୧୫୮ ରନ ସଂଗ୍ରହ କରିଥିବା ବେଳେ ଜବାବରେ ଗୋହିରା ଏକାଦଶ ମାତ୍ର ୧୧୦ ରନ କରି ଅଲ ଆଉଟ ହୋଇଯାଇଥିଲେ ଅମପେୟାର ଭାବେ ବିଶ୍ୱଜିତ ଖିଲାର ଶିବ ରଣା o ସ୍କୋର ର ଭାବେ ପପୁ ମହାନ୍ତି ଖେଳ ପରିଚାଳନା କରିଥିଲେ ପରେ ସମାଜସେବୀ ଉଦୟ କୁମାର ଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଭୟ ଦଳଙ୍କୁ ୧୩ ଓ ୮ ହଜାର ଟଙ୍କା ର ଅର୍ଥ ରାଶି ଏବଂ ଟ୍ରଫି ପ୍ରଦାନ କରିଥିଲେ ଏହି ସଭା ରେ ମାଧବ ଚନ୍ଦ୍ର ଓଝା ତୃପ୍ତିମଇ ପାତ୍ର ଲକ୍ଷ୍ମୀକାନ୍ତ ପାତ୍ର ଗୁରୁଚରଣ ପାତ୍ର ନିଶିକାନ୍ତ ପାତ୍ର ବିନୟ ପାତ୍ର ହିମାଂଶୁ ପାତ୍ର ସିଦ୍ଧାନ୍ତ ପାତ୍ର ସୁଜିତ ପାତ୍ର ଦୀପକ ପାତ୍ର ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l
