ଜନ୍ମ ଜୟନ୍ତୀ ରେ ନେତାଜୀ ଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ ୨୩/୧ ନେତାଜୀ ସୁଭାଷ ବୋଷ ଙ୍କ ଜୟନ୍ତୀ ଅବସରରେ ଆଜି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବିନମ୍ର ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା।ନେତାଜୀ ସଂଗ୍ରହାଳୟ ପରିସରରେ ଥିବା ନେତାଜୀ ଙ୍କ ପ୍ରତିମୂର୍ତ୍ତି ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ପୁଷ୍ପ ମାଲ୍ୟ ଅର୍ପଣ ସହ ସ୍ମୃତି ଚାରଣ କରିଥିଲେ।ସେହିପରି ନେତାଜୀ ଛକ ସ୍ଥିତ ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।

ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ସର୍ବୋଦୟ ସମିତି ସଭାପତି ଉମା ବଲ୍ଲଭ ମହାପାତ୍ର, ସମ୍ପାଦକ ଶିବ ପ୍ରସାଦ ମିଶ୍ର, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ଡ ବିପିନାନନ୍ଦ ମିଶ୍ର,ବିଷ୍ଣୁ ଦତ୍ତ ଦାଶ,ନିଳକଣ୍ଠ ମହାରଣା, ସୁକାନ୍ତ ମୁଖୀ,ତିଲକ ରାଜ,ଇଶୁ ଶର୍ମା, ଦର୍ପଣା ଦେବୀ, ମଳୟକାନ୍ତି ଦେ ପ୍ରମୁଖ ଯୋଗ ଦେଇ ପୁଷ୍ପ ମାଲ୍ୟ ଅର୍ପଣ ଓ ସ୍ମୃତି ଚାରଣ କରିଥିଲେ।

Leave a Reply

Your email address will not be published. Required fields are marked *