ମା ଥାନପତି ମନ୍ଦିରରେ ହନୁମାନ ଚାଳିଷା ପଠନ

ଭଦ୍ରକ ମୁନିସିପାଲଟି ୱାର୍ଡ ନମ୍ବର ୨୬ ପୁରୁଣା ବଜାର ସ୍ଥିତ ମା ଥାନ ପତି ମନ୍ଦିର ପରିସରରେ ହନୁମାନ ଚାଳିଷା ପାଠ ମହା ଆଡ଼ମ୍ବ୍ରର ରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ସକାଳ ୯ ଘଟିକା ଠାରୁ ସଂଧ୍ୟା ୬ଘଟିକା ପର୍ଯ୍ୟନ୍ତ ନାମ ଯଜ୍ଞ ହୋଇଛି। ଘଣ୍ଟା, ଶଙ୍କ, ବାଜା ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା ଏହି ମନ୍ଦିର ପରିସର, କଟକ ଜଗତସିଂପୁରରୁ ଆସି ଏଠାରେ ହନୁମାନ ପାଠ ଚାଲିଷା ପାଠ କରିଥିଲେ.ସମସ୍ତ ଭକ୍ତମାନଙ୍କୁ ପ୍ରସାଦ ସେବନ କରିବାର ବ୍ୟବସ୍ଥା ମଧ୍ୟ ଏଠାରେ ହୋଇଥିଲା । ଅନୁଷ୍ଠାନର କାର୍ଯ୍ୟକର୍ତ୍ତ। ମାନେ ମନ ରଂଜନ ସାହୁ, ଲ।ଲା ଧିରଞ୍ଜନ ରାୟ, ଅଜୟ ସାହୁ,ସତେନ ମିଶ୍ର, ଅନନ୍ତ ନାରାୟଣ ସାହୁ, ରବି ନାରାୟଣ ଘଡେଇ,ଅଲେଖ ବିଶ୍ଵାଳ ଲ।ଲା ଜ୍ଞାନ ରଂଜନ ରାୟ, ଗୌରହରି ନନ୍ଦୀ, ଲାଲା ଚିତ୍ତରଞ୍ଜନ ରାଏ , ରବିନାରାୟଣ ସାହୁ, ପ୍ରଭୁତି କାର୍ଯ୍ୟକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *