ଐତିହାସିକ ସରସ୍ବତୀ ମେଳା ପ୍ରସ୍ତୁତି ବୈଠକ ହୋଇଯାଇଛି।

ଉଦଳା ୨୩/୦୧/୨୦୨୬( )ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଐତିହାସିକ ସରସ୍ବତୀ ମେଳା ପାଇଁ ଉପଖଣ୍ଡ ପ୍ରଶାସନ ତରଫରୁ ପ୍ରସ୍ତୁତୀ ବୈଠକ ହୋଇଯାଇଛି ।ସରସ୍ବତୀ ମନ୍ଦିର କମିଟି ର  ସଭାପତି ବସନ୍ତ କୁମାର ପରିଡ଼ାଙ୍କ  ସଭାପତିତ୍ବରେ ସଭାକାର୍ଯ୍ୟ ହୋଇଅଛି ।ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଡ଼େଇ, ଉଦଳା ଏନ୍ ଏ ସି ଚେୟାରମେନ ପ୍ରମିଳା ପଣ୍ଡା,ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ ,ଉପଖଣ୍ଡ ପୋଲିସ ଅଧିକାରୀ ହୃଷିକେଶ ନାୟକ,ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀ ଡ଼ାକ୍ତର ଲକ୍ଷ୍ମୀ  କାନ୍ତ ପତ୍ତି ମଞ୍ଚାଶିନ  ଥିଲେ । ତହସିଲଦାର ଉଦଳା,ସୂଚନା ଲୋକସମ୍ପର୍କ ଅଧିକାରୀ,ଉଦଳା ଥାନା ଅଧିକାରୀ,ଉଦଳା ଏନ୍ ଏ ସି ନିର୍ବାହୀ ଅଧିକାରୀ,ୱଟକୋ ଅଧିକାରୀ,ଟାଟା ପାୱାର ଅଧିକାରୀ,ସିଡିପିଓ ଉଦଳା,ଉଦଳା ବ୍ଲକ ଜି ପି ଓ ସାମ୍ବାଦିକ ବନ୍ଧୁ ଓ  ସରସ୍ବତୀ ମନ୍ଦିର  କମିଟି ର କର୍ମକର୍ତ୍ତାଙ୍କୁ ନେଇ ପ୍ରସ୍ତୁତି  ବୈଠକ ଉପଜିଲ୍ଲାପାଳଙ୍କ ବୈଠକ ଗୃହରେ ମେଳାକୁ ସରଷ ସୁନ୍ଦର କରାଯିବା ନେଇ ଆଲୋଚନା ହୋଇ  ‌ଅଛି । ଫେବୃୟାରୀ ୨ ତାରିଖ ଐତିହାସିକ ସରସ୍ବତୀ ମେଳା କାର୍ଣ୍ଣୀଭାଲ ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହୋଇ ମେଳା ପଡିଆକୁ ଯିବାର ସିଦ୍ଧାନ୍ତ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବା ପାଇଁ ନିଷ୍ପତ୍ତି ହୋଇଛି ।ମନ୍ଦିର କମିଟି ର ସମ୍ପାଦକ ରବିନ୍ଦ୍ର ପରିଡ଼ା ମେଳାର  ଯଥାବିଧି କାର୍ଯ୍ୟକ୍ରମ ମାନ କରିବାକୁ ସିଦ୍ଧାନ୍ତ ହୋଇ ୬ ତାରିଖ ସଂଧ୍ୟା ରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ହେବାକୁ ସିଦ୍ଧାନ୍ତ ହୋଇଅଛି । ମେଳାରେ ଆଲୋକ ,ପାନୀୟଜଳ,ସଫେଇ,ଫାୟାର ସେଫଟି ଉପରେ ଆଲୋଚନା ହୋଇ ସଂପୃକ୍ତ ବିଭାଗ ଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା । ଆଲୋଚନା ରେ ପୂର୍ବତନ ନଗରପାଳ ପ୍ରଭାତ କୁମାର ପରିଡ଼ା,ଡିକେନ୍ସ ବେହେରା, ଲକ୍ଷ୍ମଣ ନାୟକ,ଦାତା କର୍ଣ୍ଣ ସ୍ବାଇଁ,ଦୀନବନ୍ଧୁ ବାରିକ,କୃଷ୍ଣ ଚୈତନ୍ୟ ସଦୁଆଳ, ଦିଲ୍ଲୀପ କଲିଆ  ନୂତନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସର୍ବଶେଷରେ ହୀମ୍ମାଦ୍ରୀ ପାଲ ସମସ୍ତଙ୍କ ଉପସ୍ଥିତ ସହୋଯୋଗ କାମନା କରି ଧନ୍ୟବାଦ  ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *