ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘ ସପ୍ତମୀ ବୁଡ
ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘ ସପ୍ତମୀ ବୁଡ l ପ୍ରସ୍ତୁତିର ସମୀକ୍ଷା କଲେ ଜିଲ୍ଲାପାଳ l ସପ୍ତମୀ ଭୋର୍ ୪.୪୧ ରେ ସ୍ନାନ କୋଣାର୍କ -ଆଉ ଦିନକ ପରେ ପବିତ୍ର ମାଘ ସପ୍ତମୀ , ପବିତ୍ର ମାଘ୍ ସପ୍ତମୀ ଭୋର ୪.୪୧ ମିନିଟ ସମୟରେ ତିନି ଠାକୁର ତ୍ରିବେଣୀଶ୍ୱର୍ , ଐଶାନେଶ୍ୱର୍, ଦକ୍ଷିଣେଶ୍ୱର୍ ମହାପ୍ରଭୁଙ୍କ ଚନ୍ଦ୍ରଭାଗା ତୀର୍ଥରେ ମହାସ୍ନାନ ପରେ ବୁଡ଼ ପକାଇ ସୂର୍ଯ୍ୟନାରାୟଣଙ୍କ ଦର୍ଶନ କରିବେ ଲକ୍ଷାଧିକ ଶ୍ରଦ୍ଧାଳୁ । ଚଳିତ ବର୍ଷ ରବିବାର ରେ ମଘସପ୍ତମି ବୁଡ଼ ପଡୁଥିବାରୁ ଏହି ଅଳଭ୍ୟ ବୁଡ଼ ପାଇଁ ଅର୍କ କ୍ଷେତ୍ର କୋଣାର୍କକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ସମସ୍ତ ପ୍ରସ୍ତୁତି କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି ପୁରୀ ଜିଲ୍ଲାପାଳ । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ମାଘ ସପ୍ତମୀ ଚନ୍ଦ୍ରଭାଗା ବୁଡ ପାଇଁ ବ୍ୟାପକ ଆୟୋଜନ କରାଯାଇଛି । ଆସନ୍ତା କାଲି ଷଷ୍ଠୀ ରାତ୍ର ୧୦ଟାରୁ ୧୦,୪୧ ମଧ୍ୟରେ ତିନି ଠାକୁର ମାଧିପୂର ଗ୍ରାମର ତ୍ରିବେଣୀଶ୍ଵର , ସନ୍ତପୁର ଗ୍ରାମର ଐଶାନେଶ୍ବର କୁରୁଜଙ୍ଗ ଗ୍ରାମର ଦଖିଣେଶ୍ବର ମହାପ୍ରଭୁ ବିମାନ ବିଜେ ପରେ ପାରମ୍ପାରିକ ଶୋଭାଯାତ୍ରାରେ ବାହାରି ଏନ ଏ ସି ମଣ୍ଡପରେ ଏକତ୍ର ଭୋଗ ଲାଗି ପରେ ରାତ୍ର 4ଟା ସୁଧା ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚି ୪,୪୧ ସୁଦ୍ଧା ମହାସ୍ନାନ କରିବା ପରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ମାନଙ୍କୁ ବୁଡ ପକାଇବାକୁ ଅନୁମତି ଦିଆଯିବ । ପ୍ରତି ବର୍ଷ ପରି ଚଳିତ ବୁଡକୁ ଶୃଙ୍ଖଳିତ କରିବା ପାଇଁ ପବିତ୍ର ତୀର୍ଥ ପୁଷ୍କରଣୀ ଖନନ କାର୍ଯ୍ୟ କରାଯାଇଥିବା ବେଳେ କୋଣାର୍କ ଏନ ଏ ସି ପକ୍ଷରୁ ତୀର୍ଥ ଜଳର ବିଶୋଦ୍ଧନ ପାଇଁ ବ୍ଲିଚିଂ ପକାଇବା କାର୍ଯ୍ୟ ,। ପୂର୍ତ୍ତ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଚତୁଃପାର୍ଶ୍ଵ ଓ ବିଭିନ୍ନ ପାର୍କିଂ ସ୍ଥାନ ମାନଙ୍କରେ ବାରିକେଟ ନିର୍ମାଣ ,ଚନ୍ଦ୍ରଭାଗା ମେଳା ପଡିଆରେ ପାନୀୟ ଜଳ ଯୋଗାଣ , ଚନ୍ଦ୍ରଭାଗା ମେଳା ପଡିଆ ,ତୀର୍ଥ ପୁଷ୍କରିଣୀ ଚତୁଃପାର୍ଶ୍ଵ,କୋଣାର୍କ ବଜାର ଆଦି ବିଭିନ୍ନ ସ୍ଥାନ ମାନନଙ୍କରେ କୋଣାର୍କ ଏନ ଏ ସି ପକ୍ଷରୁ ବ୍ୟାପକ ଆଲୋକ ବ୍ୟବସ୍ତା ,,ନିରବଚ୍ଛନ୍ନ ଭାବେ ବିଦ୍ୟୁତ ସରବରାହ ପାଇଁ ୩ଟି ଉଚ କ୍ଷମତା ସମ୍ପର୍ଣ୍ଣ ଜେନେରେଟର ବ୍ୟବସ୍ତା , ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଣାର୍କର ବିଭିନ୍ନ ସ୍ଥାନ ରେ 5ଟି ଅସ୍ଥାୟୀ ସ୍ୱାସ୍ଥ୍ୟ ସେବା ଶିବିର କରା ଯାଇଥିବା ବେଳେ ୨ଟି ଆମ୍ବୁଲାନ୍ସର ବ୍ୟବସ୍ତା ଗ୍ରହଣ କରାଯାଇଛି ।

ଚଳିତ ବର୍ଷ ଶୃଙ୍ଖଳିତ ବୁଡ ପାଇଁ ଆଜି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପୁରୀ ଅତିରିକ୍ତ ଜିଲ୍ଲାପାଳ , ଉପ ଜିଲ୍ଲାପାଳ ଓ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଚନ୍ଦ୍ରଭାଗା ଓ କୋଣାର୍କ ନବଗ୍ରହ ପୀଠରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି । ପୌରାଣିକ ମତାନୁସାରେ ଏହି ପବିତ୍ର ଦିନରେ ସୂର୍ଯ୍ୟ ଭଗବାନ ବା ମିତ୍ରାଦିତ୍ୟଙ୍କ ଜନ୍ମ ଦିନ । ଏହି ଦିନରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶ୍ରାପ ଜନିତ ରୋଗରୁ ମୁକ୍ତି ହୋଇଥିଲେ ।ଓ ଏହି ଦିନରେ ଲାଙ୍ଗୁଳା ନରସିଂହଦେବ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିଥିଲେ । ତେଣୁ ନିଜ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତ ରଖିବା ପାଇଁ ହିନ୍ଦୁ ଧର୍ମାଲମ୍ବୀ ମାନେ ଏହି ପବିତ୍ର ଦିନରେ ଏହି ତୀର୍ଥରେ ବୁଡ ପକାଇ ସୂର୍ଯ୍ୟଦୋୟ ଦର୍ଶନ କରିଥାନ୍ତି । କାହିଁ କେତେ କାଳରୁ ଚାଲି ଆସିଥିବା ପରମ୍ପରା ଅନୁଯାୟୀ ଷଷ୍ଠୀ ରେ ଶ୍ରଦ୍ଧଲୁ ଉଁମାନେ ଚନ୍ଦ୍ରଭାଗା ମେଳା ପଡ଼ିଆରେ ଅସ୍ଥାୟୀ କୁଡ଼ିଆରେ ମାଟି ହାଣ୍ଡିରେ ରୋଷେଇ କରି ହାଣ୍ଡି ବାଡ଼ିଆ ପୋଖରୀରେ ହାଣ୍ଡି ଭାଙ୍ଗି ରାତ୍ରୀ ଯାପନ କରି ଭୋରରେ ବୁଡ଼ ପକାଇବା ପରେ ସୁର୍ଯ୍ୟୋଦୟ ଦର୍ଶନ କରିଥାଆନ୍ତି ।
