ଡା. ଦୀନବନ୍ଧୁ ସାହୁଙ୍କ ‘ ଜୀବନଭୋଗ ‘ କବିତାର ହିନ୍ଦୀ ଅନୂଦିତ ପୁସ୍ତକ ଲୋକାର୍ପିତ

ଡା. ଦୀନବନ୍ଧୁ ସାହୁଙ୍କ ‘ ଜୀବନଭୋଗ ‘ କବିତାର ହିନ୍ଦୀ ଅନୂଦିତ ପୁସ୍ତକ ଲୋକାର୍ପିତ ଭବାନୀପାଟଣା: ସ୍ଥାନୀୟ ରାଜପ୍ରାସାଦ ପରିସରରେ କବି ଡା. ଦୀନବନ୍ଧୁ ସାହୁଙ୍କ ‘ ଜୀବନଭୋଗ ‘ କବିତାର ହିନ୍ଦୀ ଅନୂଦିତ ପୁସ୍ତକ ଲୋକାର୍ପିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦଗାତା ଏହାକୁ ହିନ୍ଦୀରେ ଅନୁବାଦ କରିଛନ୍ତି। ଏଥିରେ କବି ସମାଜର ଜୀବନଶୈଳୀ ଓ ଜୀବନଧାରଣର ମାନକୁ ଚିତ୍ରିତ କରିଛନ୍ତି। ସମୁଦାୟ ୫୦ଟି କବିତା ସଙ୍କଳନରେ ରହିଥିବା ବେଳେ କଳାୟନ ପକ୍ଷରୁ ଏହା ପ୍ରକାଶ ପାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ, ମୁଖ୍ୟବକ୍ତା ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦଗାତା, ସମ୍ମାନୀତ ଅତିଥି ମହାରାଣୀ ରିତୁଜା କୁମାରୀ ଦେବୀ, ଆଲୋଚକ ଭାବେ ଡ. ଦାଶରଥି ଆଚାର୍ଯ୍ୟ, ଡ. ପ୍ରତ୍ୟାଶା ଧଳ, ପରମେଶ୍ବର ମୁଣ୍ଡ, ପାଠକ ଗୋବିନ୍ଦ ନାଏକ, କବି ଡ. ଦୀନବନ୍ଧୁ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ସଭାପତିତ୍ବ କରିଥିଲେ ଡ. ଉମେଶ ଚନ୍ଦ୍ର ଶତପଥୀ। ଯୁବ ଗାଳ୍ପିକ ଡିଲେଶ୍ୱର ରଣା ମଂଚ ପରିଚାଳନା କରିଥିବା ବେଳେ ଯୁବ ଲେଖକ ସୁଧୀର ଧଙ୍ଗଡ଼ାମାଝୀ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *