ପୁରୀ ର ସମସ୍ତ ଶିକ୍ଷାନୁଷ୍ଠାନ ରେ ମା ସରସ୍ବତୀ ଙ୍କ ପୂଜା ବହୁ ଆଡମ୍ବର ରେ ପାଳିତ

ତା ୨୩.୧.୨୬ରିଖ ଦିନ ପୁରୀ ର ବିଭିର୍ନ ସ୍କୁଲ କଲେଜ ପ୍ରାଙ୍ଗଣରେ ମା ସରସ୍ୱତୀଙ୍କ ପୂଜନ ଉତ୍ସଵ ମହା ଆଡମ୍ବରରେ ପାଳିତ ହୋଇଯାଇଛି।ଉକ୍ତ ଦିବସରେ ନୂତନ ନାମ ଲେଖା ନିମନ୍ତେ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ ତଥା ନେତାଜୀ ଜୟନ୍ତୀ ,ପୂର୍ବ ଛାତ୍ର ଦିବସ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଉତ୍ସଵ ଭାଇ ଭଉଣୀ ମାନଙ୍କୁ ନେଇ ପାଳିତ ହୋଇ ଯାଇଅଛି। ବିଦ୍ୟାଆରମ୍ଭ ସଂସ୍କାର ଯଜ୍ଞର ।ମାଆ ବାଗ୍ଦେବୀ ସମସ୍ତଙ୍କୁ ବିଦ୍ୟା,ବୁଦ୍ଧି ତଥା ଜ୍ଞାନ ପ୍ରଦାନ କରି ବସନ୍ତ ପଞ୍ଚମୀର ଶୁଭେଚ୍ଛା ଓ ଶୁଭକାମନା ସ୍ଥାନୀୟ ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଦସ୍ୟ ଓ ସଦସ୍ୟା ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା।ଶିଶୁ ଭାଇ ଭଉଣୀମାନଙ୍କର ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ ସମାପନ ପରେ ପ୍ରସାଦ ସେବନ କରି ଆନନ୍ଦ ଓ ଉତ୍ସାହ ମନରେ ଗୃହକୁ ଫେରିଥିଲେ।ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପୂର୍ବରୁ ସେମାନଙ୍କର ପିତାମାତା ତଥା ଶିଶୁ ମାନଙ୍କୁ ସ୍ଥାନୀୟ ବିଦ୍ୟାଳୟ ତରଫରୁ ଏକ ସୁନ୍ଦରାକାଣ୍ଡ କାର୍ଯ୍ୟକ୍ରମ ମଧ୍ୟରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା।ଶିଶୁମାନଙ୍କ ଉଜ୍ୱଳଭବିଷ୍ୟତ କାମନା କରି ଶୁଭାଶ୍ରୀବାଦ ପ୍ରଦାନ କରାଯାଇଥିଲା।।

Leave a Reply

Your email address will not be published. Required fields are marked *