ମାଳିଜାଗା କମିଟି ପକ୍ଷରୁ ରାଜ୍ଯସଭା ସାଂସଦଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ପୁରୀ,୨୩/୧- ମାଘମାସ ଶୁକ୍ଳପକ୍ଷ ପବିତ୍ର ବସନ୍ତ ପଞ୍ଚମୀ ତଥା ବିଦ୍ୟାଦାୟିନୀ ମା ସରସ୍ଵତୀଙ୍କ ପୂଜା ଅବସରରେ ମେଡିକାଲ ଛକ ସ୍ଥିତ ମାଳିଜାଗା ନିକଟସ୍ଥ ବିପଦନାଶନ ମହାବୀରଙ୍କ ପ୍ରାଙ୍ଗଣରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଶୁକ୍ରବାର ପୂର୍ବାହ୍ନରେ ମାଳିଜାଗା କମିଟି ପକ୍ଷରୁ ବିପୁଳ ସଂଖ୍ଯାରେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ବାଜା ଓ ଶୁଭ ଶଙ୍ଖ ବଜାଇ ଉତ୍ସାହିତ ଯୁବକମାନେ ସ୍ଲୋଗାନ ଦେଇ ବାଣ ଫୁଟାଇ ରାଜ୍ୟସଭା ସାଂସଦଙ୍କୁ ପାଛୋଟି ନେଇଥିଲେ । ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ବିପଦ ନାଶନ ମହାବୀରଙ୍କ ଦର୍ଶନ କରିବା ସହ ବ୍ରହ୍ମେଶ୍ବର ମହାଦେବଙ୍କୁ ଦର୍ଶନ କରିଥିଲେ । ପରେ ବେଢା ପରିସର ବୁଲି ଦେବୀ ମା ସରସ୍ଵତୀ ଓ ଗଣେଶଙ୍କୁ ଦର୍ଶନ କରି କମିଟିର ଶୁଭମନାସୀ ଥିଲେ । କମିଟି ପକ୍ଷରୁ ବୈଠକରେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ଏଥିରେ ତାଙ୍କ ସହ ପୌରାଧ୍ୟକ୍ଷ ଶାନ୍ତିଲତା ପ୍ରଧାନ,ପୂର୍ବତନ କ୍ରୀଡା ସମ୍ପାଦକ ରବିଶଙ୍କର ପ୍ରତିହାରୀ,ବରିଷ୍ଠ ବିଜେଡି ନେତା କୃଷ୍ଣଚନ୍ଦ୍ର ପଣ୍ଡା, ଆଇନଜୀବୀ ପୁଷ୍କର ମହାପାତ୍ର, ବୁଦ୍ଧଦେବ ମହାପାତ୍ରଙ୍କୁ ପୁଷଗୁଚ୍ଛ ପ୍ରଦାନ କରାଯାଇ ସ୍ବାଗତ କରାଯାଇଥିଲା ।

ରାଜ୍ଯସଭା ସାଂସଦ ଶ୍ରୀଖୁଣ୍ଟିଆ କହିଲେ ମାଳି ଜାଗାର ସଦସ୍ଯ ଓ ସଦସ୍ଯା ମାନେ ମୋର ଅତି ନିଜର । ସେମାନଙ୍କ ଦୁଃଖ ସୁଖରେ ସବୁବେଳେ ରହିଛି ଓ ରହିବି । ଅନୁଷ୍ଠାନର ଯାହା ସବୁ ସମସ୍ଯା ଅଛି ତାର ସମାଧାନ ସହ ଖୁବଶୀଘ୍ର ଉର୍ନ୍ନତିକରଣ କରାଯିବ । ସାଂସଦଙ୍କ ପାଣ୍ଠିରୁ ୭ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ଦେଇ କମ୍ଯୁନିଟ ସେଣ୍ଟର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କମିଟିର ସଦସ୍ଯ ମାନଙ୍କୁ ସମ୍ବର୍ଦ୍ଧନା ପର୍ବକୁ ପ୍ରଶଂସା କରିଥିଲେ । ଅତିଥିମାନଙ୍କ କଥାଶୁଣି ଉତ୍ସାହିତ ସଦସ୍ଯ ମାନେ କରତାଳି ଦେଇ ସ୍ଲୋଗାନ ଦେଇଥିଲେ । କମିଟିର ସଭାପତି ବ୍ରଜକିଶୋର ନାୟକ ବୈଠକରେ ସଭାପତିତ୍ବ କରିଥିଲେ । କମିଟିର ସମ୍ପାଦକ ନାରାୟଣ ଗୋଛିକାର, ରାଜକିଶୋର ନାୟକ (ବାପି),ସୁରେଶ ଚନ୍ଦ୍ର ବାରିକ, ଦାମୋଦର ମହାନ୍ତି, କାଳୁ ପ୍ରଧାନ, ବାପି ପ୍ରଧାନ,ବେଣୁଧର ନାୟକ, ସୁରେନ୍ଦ୍ର ପଲେଇ, ମାନସ ବେହେରାଙ୍କ ସମେତ କମିଟିର ସଦସ୍ଯ ମାନେ କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ । ମାଳି ଜାଗା ସମେତ ମହାବୀର ମନ୍ଦିରର ଉର୍ନ୍ନତିକରଣ ଶତାଧିକ ମହିଳା,ଯୁବକ, ବରିଷ୍ଠ ନାଗରିକ ଓ ସାହିବାସିନ୍ଦା ମାନେ ଏକତ୍ରିତ ହୋଇ ସାଂସଦଙ୍କ ପରାମର୍ଶ ଓ କଥାଶୁଣି ଖୁସିବ୍ୟକ୍ତ କରିଥିଲେ ।
