ବରପୁତ୍ର ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ପୁରୀ ୨୩/୧ ପୁରୀ ଜିଲ୍ଲା କୋଣାର୍କ ନିକଟସ୍ଥ ବାଙ୍ଗୋର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବରପୁତ୍ର ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା।ଉତ୍କଳ ର ପାଞ୍ଚ ଜଣ ମହାପୁରୁଷ ଯଥା ଉତ୍କଳମଣି ଗୋପବନ୍ଧୁ, ନେତାଜୀ ସୁଭାଷ ବୋଷ , ଉତ୍କଳ ଗୌରବ ମଧୁସୁଦନ, ବ୍ୟାସକବି ଫକୀରମୋହନ ଓ ଆଚାର୍ଯ୍ୟ ହରିହର ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୁରୀ ଲୋକ ସମ୍ପର୍କ ବିଭାଗ ର ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଯୋଗ ଦେଇ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହ ସ୍ମୃତି ଚାରଣ କରିଥିଲେ।ପୂଜ୍ୟ ପୂଜା ର ଏହି ପରମ୍ପରା ପିଲା ମାନଙ୍କୁ ଉଦବୁଦ୍ଧ କରିବା ସହ ମହାପୁରୁଷ ମାନଙ୍କ ଆଦର୍ଶ ଓ ଚରିତ୍ର ର ଅଧ୍ୟୟନ ସେମାନ ଙ୍କୁ ଶୃଙ୍ଖଳିତ କରିବ ବୋଲି କହିଥିଲେ।

ଉତ୍କଳ ସ୍ବାଭିମାନ ମଞ୍ଚ ର ସଭାପତି ରାଧାକାନ୍ତ ଦାଶ ଙ୍କ ପରୋହିତ୍ୟ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚ ର ଯୁଗ୍ମ ସମ୍ପାଦକ ବାସୁଦେବ ସାହୁ, ଉପ ସଭାପତି ଅର୍ଜୁନ ପରମ ଗୁରୁ, କୋଷାଧ୍ୟକ୍ଷ ରବି ନାରାୟଣ ମହାନ୍ତି, ଉପଦେଷ୍ଟା ଭଗବାନ ଦାସ, ଓ ଏହି କାର୍ଯ୍ୟକ୍ରମ ର ମୁଖ୍ୟ ପୁରୋଧା ପ୍ରାକ୍ତନ ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ମହାନ୍ତି ଯୋଗ ଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବୋଧିତ କରିଥିଲେ।

Leave a Reply

Your email address will not be published. Required fields are marked *