ଜାତୀୟ ଶିଶୁ କନ୍ୟା ଦିବସ ପାଳିତ l

ଆଠମଲ୍ଲିକ:-୨୪/୧:- ଆଠମଲ୍ଲିକ ତାଲୁକ ଆଇନ ସେବା କମିଟି ପକ୍ଷରୁ ଶନିବାର ଜାତୀୟ ଶିଶୁକନ୍ୟା ଦିବସ ପାଳିତ ହୋଇଯାଇଛି l ଏନଏସି ଅଞ୍ଚଳ ଲିପ୍ତିଙ୍ଗା-୧ ନମ୍ବର ଅଙ୍ଗନୱାଡି କେନ୍ଦ୍ରରେ ତାଲୁକ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରଞ୍ଜନ କୁମାର ସୁତାର ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିଶୁ ବାଳିକାମାନଙ୍କୁ ସେମାନଙ୍କ ସୁରକ୍ଷା ବିଷୟରେ,ସମାଜ ରେ ସେମାନଙ୍କ ଦାୟିତ୍ୱ, ବାଲ୍ୟ ବିବାହ କୁ ବିରୋଧ କରିବା, ଉତ୍ତମ ଶିକ୍ଷାଲାଭ କରି ଆଗାମୀ ଦିନର ଭବିଷ୍ୟତ ହୋଇ ଦେଶ ଗଠନ କରିବାରେ ନିଜକୁ ସାମିଲ କରିବା ନେଇ ବିଭିନ୍ନ ଉପଦେଶ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥିଭାବେ ଓକିଲସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର, ବରିଷ୍ଠ ଆଇନଜୀବୀ ଜିତେନ୍ କୁମାର ମିଶ୍ର ଯୋଗ ଦେଇଥିଲେ l ବରିଷ୍ଠ ଆଇନଜୀବୀ ଜିତେନ୍ ମିଶ୍ର ଶିଶୁ କନ୍ୟା ସନ୍ତାନମାନେ ସୁରକ୍ଷିତ ରହିଲେ ସୁସ୍ଥ ସମାଜ ଗଠନ ହୋଇପାରିବ ଓ ସେମାନଙ୍କ ସୁରକ୍ଷା ନିତ୍ୟାନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅଙ୍ଗନବାଡ଼ି କେନ୍ଦ୍ର ଶିକ୍ଷୟିତ୍ରୀ ଲିଜାରାଣୀ ସାହୁ, ତାଲୁକ ଆଇନ ସେବା କମିଟି ସମ୍ପାଦକ ଅମିତ କୁମାର ନାୟକ, ସହାୟକ ସିଦ୍ଧାର୍ଥ ମହାନ୍ତି, ବରିଷ୍ଠ କିରାଣୀ ଦୀପ୍ତି ରଞ୍ଜନ ସେଠି,ସୁଶ୍ରୀ ଅର୍ପିତା ମିଶ୍ର ଓ ଚତୁର୍ଭୁଜ ବାରିକ ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *