ପୁରୀ ପୋଲିସ “ଅପରେସନ୍ ଚକ୍ର” ଅଧୀନରେ ୮୪୬ ଅବୈଧ ମଦ ବିକ୍ରି କରି ଗିରଫ
ପୁରୀ ପୋଲିସ “ଅପରେସନ୍ ଚକ୍ର” ଅଧୀନରେ ୮୪୬ ଅବୈଧ ମଦ ବିକ୍ରି କରି ଗିରଫ l ଏହି ଅଭିଯାନ ପୁରୀ ଜିଲ୍ଲାରେ ଅବୈଧ ମଦ ବିକ୍ରୟ, ଉତ୍ପାଦନ ଓ ଚାଲାଣ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁରୀ ପୋଲିସ ଦ୍ୱାରା “ଅପରେସନ୍ ଚକ୍ର” ନାମରେ ଏକ ବ୍ୟାପକ ବିଶେଷ ଅଭିଯାନ ଚାଲୁ କରାଯାଇଥିଲା ୨୦୨୫ ମସିହାରେ। ଏହି ଅଭିଯାନ ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂହଙ୍କ ନିର୍ଦେଶରେ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ଏକାଧିକ ସ୍ଥାନରେ ସମନ୍ୱିତ ଭାବରେ ପରିଚାଳିତ ହୋଇଥିଲା। ଏହି ଅଭିଯାନର ଲକ୍ଷ୍ୟ ଥିଲା ଅବୈଧ ମଦ ବ୍ୟବସାୟରେ ଜଡିତ ଅସାଧୁ ତତ୍ତ୍ୱମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାନୁନି କାର୍ଯ୍ୟାନୁଷ୍ଠାନ ନେବା ସହିତ ସମାଜରେ ଆଇନ ଶୃଙ୍ଖଳାକୁ ମଜବୁତ କରିବା। ପୋଲିସର ବିଭିନ୍ନ ଟିମ୍ ଦ୍ୱାରା ଏକାଧିକ ଗୁପ୍ତ ସୂଚନା ଆଧାରରେ ଅଚମ୍କା ଚଢ଼ାଉ କରାଯାଇଥିଲା। ମୁଖ୍ୟ ସଫଳତା“ଅପରେସନ୍ ଚକ୍ର” ଅଭିଯାନ ଅଧୀନରେ ପୁରୀ ପୋଲିସ ମୋଟ ମାମଲା 853ଟି ମାମଲା କରିମୋଟ ଗିରଫ ଅଭିଯୁକ୍ତ 846 ଜଣସେଥିରୁ 63 ଜଣ ମହିଳା ଅଭିଯୁକ୍ତଚାର୍ଜଶିଟ୍ ଆଦାଲତରେ ଦାଖଲ 772ଟି ମାମଲା କରାଯାଇଛି। ଏହା ପୁରୀ ପୋଲିସର ଦୃଢ଼ ଓ ଦୃତ କାର୍ଯ୍ୟାନୁଷ୍ଠାନର ପ୍ରମାଣ ଯାହା ଆଇନ ଉଲ୍ଲଂଘନକାରୀଙ୍କୁ ସ୍ପଷ୍ଟ ସନ୍ଦେଶ ଦେଉଛି ଯେ ଅବୈଧ କାର୍ଯ୍ୟକଳାପ କେବେ ମଧ୍ୟ ସହନ କରାଯିବ ନାହିଁ। ଅଭିଯାନ ସମୟରେ ବିଭିନ୍ନ ସ୍ଥାନରୁ ଭାରୀ ପରିମାଣର ଅବୈଧ ମଦ ଓ ନିଷିଦ୍ଧ ପଦାର୍ଥ ଜବତ କରାଯାଇଛିବିଦେଶୀ ମଦ (Foreign Liquor) 1462 ଲିଟରଦେଶୀ ମଦ (ID Liquor) 8193 ଲିଟର, ଭାଙ୍ଗ (Bhanga) 8 କିଲୋ 400 ଗ୍ରାମ, ତରଳ ଭାଙ୍ଗ (Liquid Bhanga) 65 ଲିଟରପୋଚା (Pocha) 1870 ଲିଟର, ନଗଦ ରାଶି ₹6,46,134/- ଜବତ କରାଯାଇଛି। ଅବୈଧ ମଦ ଚାଲାଣ ଓ ବିକ୍ରୟ ଏକ ସୁଯୋଜିତ ଚକ୍ର ଦ୍ୱାରା ଚାଲିଥିଲା, ଯାହାକୁ ପୋଲିସ ଦ୍ୱାରା ଭାଙ୍ଗିଦିଆଯାଇଛି। ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂହଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ଥାନା ଅଧିକାରୀମାନଙ୍କୁ ଅବୈଧ ମଦ ବିରୋଧରେ ଶୁନ୍ୟ ସହିଷ୍ଣୁତା ନୀତି ଅନୁସରଣ କରିବାକୁ ଦୃଢ଼ ନିର୍ଦ୍ଦେଶ ଦିଆଯାଇଥିଲା। ଏହାଅନୁଯାୟୀସମସ୍ତ ଥାନା ଅଞ୍ଚଳରେ ନିୟମିତ ଚଢ଼ାଉ, ଗୁପ୍ତ ସୂଚନା ସଂଗ୍ରହ ଓ ବିଶେଷ ନଜରଦାରୀ, ସୀମା ଅଞ୍ଚଳରେ ଚେକିଂ ବ୍ୟବସ୍ଥା କଡା କରାଯିବା, ପୁନରାବୃତ୍ତି ଅଭିଯୁକ୍ତଙ୍କ ଉପରେ ବିଶେଷ ନଜର, ପୋଲିସର ଏହି ସଂଯୁକ୍ତ ଅଭିଯାନ ଦ୍ୱାରା ଅବୈଧ ମଦ ଚକ୍ରରେ ଜଡିତ ଅନେକ ସକ୍ରିୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ଓ ତାଙ୍କ ବିରୋଧରେ ଆଇନ ଅନୁଯାୟୀ ମାମଲା ରଜିଷ୍ଟ୍ରି କରାଯାଇଛି। ମାତ୍ର ଗିରଫରେ ସୀମିତ ନ ରହି, ପୁରୀ ପୋଲିସ ମାମଲାଗୁଡିକର ଦୃତ ତଦନ୍ତ କରି 772ଟି ମାମଲାରେ ଚାର୍ଜଶିଟ୍ ଆଦାଲତରେ ଦାଖଲ କରିଛି। ଏହା ଦ୍ୱାରା ଅଭିଯୁକ୍ତମାନେ ଶୀଘ୍ର ନ୍ୟାୟିକ ପ୍ରକ୍ରିୟାରେ ଆସିବେ ଓ ଆଇନ ଅନୁଯାୟୀ ଦଣ୍ଡିତ ହେବାର ପଥ ପ୍ରସସ୍ତ ହେବ। ପୁରୀ ପୋଲିସ ସମସ୍ତ ସାଧାରଣ ଲୋକଙ୍କୁ ଅନୁରୋଧ କରୁଛି ଯେ ଅବୈଧ ମଦ ବିକ୍ରୟ କିମ୍ବା ଉତ୍ପାଦନ ସମ୍ପର୍କିତ ସୂଚନା ଥିଲେ ନିକଟସ୍ଥ ଥାନାକୁ କିମ୍ବା ୧୧୨ କୁ ତୁରନ୍ତ ଜଣାନ୍ତୁ, ଅବୈଧ ମଦ ସେବନ ଜନସ୍ୱାସ୍ଥ୍ୟ ପାଇଁ ଘାତକ, ସମାଜର ସୁରକ୍ଷା ଓ ଯୁବ ପିଢ଼ୀଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ପୋଲିସଙ୍କ ସହଯୋଗ କରନ୍ତୁ, ପୋଲିସ ଆପଣଙ୍କ ପରିଚୟ ସଂପୂର୍ଣ୍ଣ ଗୋପନୀୟ ରଖିବ। ପୁରୀ ପୋଲିସର ସ୍ପଷ୍ଟ ସନ୍ଦେଶପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂହ ସ୍ପଷ୍ଟ କରିଛନ୍ତି ଯେ ଜିଲ୍ଲାରେ ଅବୈଧ ମଦ ବ୍ୟବସାୟକୁ କେବେମଧ୍ୟ ସହନ କରାଯିବ ନାହିଁ। ଏପରି ଅଭିଯାନ ଆଗାମୀ ଦିନରେ ଆହୁରି ତୀବ୍ର କରାଯିବ। “ଅପରେସନ୍ ଚକ୍ର” ମାଧ୍ୟମରେ ପୁରୀ ପୋଲିସ ପୁନର୍ବାର ପ୍ରମାଣ କରିଛି ଯେ ସମାଜ ବିରୋଧୀ କାର୍ଯ୍ୟକଳାପ ବିରୋଧରେ ପୋଲିସ ସଦା ସଚେତନ, ସକ୍ରିୟ ଓ ପ୍ରତିବଦ୍ଧ।
