ଶ୍ରୀମନ୍ଦିରର ବାହାର କାଠ ନିକଟରେ ପୁଲିସ ମାଡ଼ରେ ନାବାଳକ ଗୁରୁତର ଅଭିଯୋଗ ।
ଶ୍ରୀମନ୍ଦିରର ବାହାର କାଠ ନିକଟରେ ପୁଲିସ ମାଡ଼ରେ ନାବାଳକ ଗୁରୁତର ଅଭିଯୋଗ । ପୁରୀ ବଡଡାକ୍ତରଖାନାରେ ଭର୍ତ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ବେଳେ ଜଣେ ନାବାଳକ ପୁଲିସ ମାଡ଼ରେ ଗୁରୁତର ହୋଇଛି । ତାଙ୍କୁ ମନ୍ଦିର ଆମ୍ବୁଲାନ୍ସ ଯୋଗେ ସଦର ହାସପାତାଳରେ ଭର୍ତ୍ତି କରାଯାଇଛି । ଶୁକ୍ରବାର ରାତିରେ ଭଦ୍ରକ ଭଣ୍ଡାରିପୋଖରୀ ଅଂଚଳର ଅଚ୍ୟୁତାନନ୍ଦ ବିଶ୍ୱାଳ ପତ୍ନୀ ଓ ନାବାଳକ ଦଶମ ଶ୍ରେଣୀରେ ପଢୁଥିବା ପୁଅ ସ୍ବୟଂସୁ (୧୬) ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ । ବାହାର କାଠ ନିକଟରେ ସେମାନେ ଦର୍ଶନ କରୁଥିବା ବେଳେ ଗହଳି ଭିତରେ ଜଣେ ପୋଲିସ ପୋଷାକଧାରୀ ତାଙ୍କ ପୁଅକୁ ବାଡେଇ ଥିଲେ। ଏହାର ପ୍ରତିବାଦ କରିବାରୁ ପୁଲିସ ଜଣକ ଆଉ ଥରେ ତାଙ୍କ କାନମୁଣ୍ଡା କୁ ମାଡ଼ ମାରିଥିଲେ । ସେଥିରେ ନାବାଳକ ଜଣକ ସଂଜ୍ଞାହୀନ ହୋଇ ପଡ଼ିବା ପରେ ଶ୍ରୀମନ୍ଦିର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସଦର ହାସପାତାଳ ଭର୍ତ୍ତି କରିଥିଲେ । ପୁରୀଏସ୍ ପିଙ୍କ ନିର୍ଦେଶ କ୍ରମେ ସିଟି ଡିଏସପି ରଶ୍ମି ରଞ୍ଜନ ମହାପାତ୍ର, ସିଂହଦ୍ୱାର ଥାନା ଅଧିକାରୀ ଶ୍ବେତପଦ୍ମା ଦାଶ ଓ କୁମ୍ଭାରପଡ଼ା ଥାନା ଅଧିକାରୀ ବିଜୟ କେତନ ବେହେରା ହାସପାତାଳରେ ଉପସ୍ଥିତ ରହି ଚିକିତ୍ସା ଉପରେ ଗୁରୁତ୍ୱ ଦେବା ସହ ନାଟମଣ୍ଡପର ସି ସି ଟିଭି ଯାଞ୍ଚ କରିଥିବା ସୂଚନା ମିଳିଛି । ନାବାଳକୁ ପୁଲିସ ନା ଶ୍ରୀମନ୍ଦିର ପୁଲିସ ମାଡ଼ ମାରିଛନ୍ତି ଏ ନେଇ ତଦନ୍ତ ଆରମ୍ଭ ହୋଇଛି ।
